csstore

ପଦୋନ୍ନତିପ୍ରାପ୍ତ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ରାଜେଶ ମିଶ୍ର ସମ୍ମାନୀତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ଗୃହ ବିଭାଗର ନିର୍ଦ୍ଦେଶରେ ସହାୟକ ପବ୍ଲିକ ପ୍ରସିକ୍ୟୁଟର ଭାବେ କାର୍ଯ୍ୟରତ ଥିବା ୧୦ ଜଣ ଅଧିକାରୀଙ୍କର ଇତି ମଧ୍ୟରେ ଗ୍ରୁପ ବି ସର୍ଭିସରୁ ଗ୍ରୁପ ଏ ସର୍ଭିସକୁ ପଦୋନ୍ନତି ହୋଇଛି । ପଦୋନ୍ନତି ପ୍ରକାରେ ଏହି ସହାୟକ ପବ୍ଲିକ ପ୍ରସିକ୍ୟୁଟର ବା କ୍ୟାଡ଼ର ଏପିପି ଏବେ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଭାବେ ପୂର୍ବରୁ ନିଯୁକ୍ତି ପାଇଥିବା ଅଦାଲତରେ ଅସ୍ଥାୟୀ ଭାବେ କାର୍ଯ୍ୟ କରିବେ ବୋଲି ଗୃହ ବିଭାଗ ନିଜର ନିଯୁକ୍ତି ପତ୍ରରେ ଜଣାଇଛି ତଥା ତୁରନ୍ତ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି କାର୍ଯ୍ୟରେ ଯୋଗଦେବାକୁ ନିର୍ଦେଶ ଜାରି କରିଥିଲେ । ଏହି କ୍ରମରେ ଆଜି ସକାଳେ ଜିଲ୍ଲାର ୯ଜଣ କ୍ୟାଡ଼ର ଏପିପି ଗଞ୍ଜାମ ଜିଲ୍ଲାପାଳଙ୍କୁ ନିଜର ନିଯୁକ୍ତି ସୂଚନା ଦେଇ କାର୍ଯ୍ୟ ଆରମ୍ଭ କରିଛନ୍ତି । କିନ୍ତୁ କାର୍ଯ୍ୟ ଆରମ୍ଭ ପୂର୍ବରୁ ଛତ୍ରପୁରରେ ପଦସ୍ଥ କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ରଙ୍କ ନେତୃତ୍ୱରେ ଆଜି ଦିଗପହଣ୍ଡି କ୍ୟାଡ଼ର ଏପିପି ବିପ୍ଳବ ମୁଦୁଲି, ସାନଖେମୁଣ୍ଡିର କ୍ୟାଡ଼ର ଏପିପି ଦୀପକ କୁମାର ସେଠୀ, ବୁଗୁଡା କ୍ୟାଡ଼ର ଏପିପି ରତନ ସିଂ, କବିସୂର୍ଯ୍ୟନଗର କ୍ୟାଡ଼ର ଏପିପି ନରେଶ ଅର୍ଗଳ, ଭଞ୍ଜନଗର କ୍ୟାଡ଼ର ଏପିପି ସୁରେନ୍ଦ୍ର ଟୁଡୁ, ସେରଗଡ଼ର କ୍ୟାଡ଼ର ଏପିପି ସରୋଜ କୁମାର ମଲ୍ଲିକ ଛତ୍ରପୁର ଅଧିଷ୍ଠାତ୍ରୀ ଦେବୀ ମା’ ରାମଚଣ୍ଡୀଙ୍କ ଶକ୍ତିପୀଠକୁ ଯାଇ ମାଆଙ୍କୁ ଆଶୀର୍ବାଦ ଭିକ୍ଷା କରିଥିଲେ ଓ ପରେ ସେଠାରେ ପୂର୍ବରୁ ଅବସ୍ଥିତ ଥିବା ମନ୍ଦିର ମ୍ୟାନେଜର ସନ୍ତୋଷ ପଣ୍ଡାଙ୍କ ଠାରୁ ମନ୍ଦିର ଇତିହାସ ତଥା ମନ୍ଦିର ପୂଜା ପର୍ବାଣୀ ବିଷୟରେ ଟିକିନିକି ଭାବେ ଅବଗତ ହୋଇଥିଲେ । ସମସ୍ତ ଅଧିକାରୀମାନେ ମନ୍ଦିରର ସ୍ୱଚ୍ଛତା ତଥା ପରିଚ୍ଛନ୍ନତା ଦେଖି ମନ୍ଦିର ପୂଜା କମିଟି ତଥା ଟ୍ରଷ୍ଟ ବୋର୍ଡର ଭୁରି ଭୁରି ପ୍ରଶଂସା କରିଥିଲେ । ପରେ ମନ୍ଦିର ତରଫରୁ ଶ୍ରୀ ପଣ୍ଡା ସମସ୍ତ ନବନିଯୁକ୍ତ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟରଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିବା କଥା ମନ୍ଦିର ସଂଯୋଜକ କମଳ ପଣ୍ଡା ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.