pr

ଶାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବୃକ୍ଷ ରୋପଣ

dr. purohit

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଉନ୍ନତ ପ୍ରାକୃତିକ ଶୋଭାବର୍ଦ୍ଧନ ସହ ମୁକ୍ତ ବିଶୁଦ୍ଧ ଜଳବାୟୁର ଆନୟନ ନିମନ୍ତେ ଏବଂ ପରିବେଶ ସୁରକ୍ଷା କରିବା ଦିଗରେ ଶାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବୃକ୍ଷ ରୋପଣ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ଟ୍ରଷ୍ଟ ପକ୍ଷରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆନୁଷ୍ଠାନିକ ଭାବେ କେତୋଟି ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନର ସହଯୋଗରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଖୋଲା ସ୍ଥାନମାନଙ୍କରେ ଛାୟା ଓ ଫଳ ପ୍ରଦାନ କରୁଥିବା ବୃକ୍ଷ ରୋପଣ କରାଯିବାର ବ୍ୟବସ୍ଥା କରାଯାଉଛି । ଶାହା ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଉଦ୍ୟକ୍ତା ଜୀବନ ଶାହା ବାବାଙ୍କ ଆପ୍ରାଣ ଉଦ୍ୟମରେ ମଙ୍ଗଳବାର ଗଞ୍ଜାମ ଜିଲ୍ଲାର ଆସ୍କା ଅଞ୍ଚଳର ବେଣାପାଟ ଗ୍ରାମର କେଶପୁର ଏବଂ ଦନ୍ତାରିବଗଡ଼ ଗ୍ରାମରେ ସାମାଜିକ ବନୀକରଣ ତଥା ମୃତ୍ତିକା ସଂରକ୍ଷଣ ନିମନ୍ତେ ୩ ଶହ ପିଜୁଳି ଗଛର ଚାରା ଏହିପରି ଉକ୍ତ ଦୁଇଟି ଗ୍ରାମରେ ସର୍ବମୋଟ ୬ ଶହ ଟି ପିଜୁଳି ଗଛର ଚାରା ପ୍ରମୁଖ ସମାଜସେବୀଙ୍କ ସହଯୋଗରେ ରୋପଣ କରାଯାଇଛି । ସମାଜସେବୀ ଅରୁଣ ପ୍ରସାଦ ପଣ୍ଡାଙ୍କ ସୌଜନ୍ୟରେ ସର୍ବଶ୍ରୀ ମିହିର୍ ମିଶ୍ର, ସୂର୍ଯ୍ୟ ନାରାୟଣ ଗୌଡ଼, ବାଳକୃଷ୍ଣ ବିଶ୍ୱାଳ, ଏ. ଟଙ୍କଧର, ସୁନୀଲ କୁମାର ଲେଙ୍କା, ପିଣ୍ଟୁ ପାତ୍ର, ରାମନାଥ ବରାଡ଼, ବିପ୍ର ବେହେରା, ପୂଜା ସ୍ୱାଇଁ, ଗୋଲାପ ବରାଡ ପ୍ରମୁଖ ବହୁ ସ୍ୱେଚ୍ଛାସେବୀ ଯୋଗଦେଇ ଏହି ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଭୂୟସୀ ପ୍ରଶଂସା ପାଇଥିଲେ ।

nrusinghnath
Leave A Reply

Your email address will not be published.