1234

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ନାମଲେଖା ପାଇଁ ଆବେଦନ

ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଅନ୍ତର୍ଗତ ଏନ୍‌.ସି.ଇ.ଆର୍‌.ଟିର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱର, ଭୋପାଳ, ଆଜମେର, ମଇଶୁର, ନେଲୋର ଓ ଶିଲଂରେ ୨୦୨୫-୨୦୨୬ ଶିକ୍ଷାବର୍ଷ ପାଇଁ ବିଏ. ବି. ଇଡି, ବି.ଏସ୍‌ସି. ବି.ଇଡି, ବି.ଇଡି, ବି.ଇଡି-ଏମ୍‌.ଇଡି, ଏମ୍‌.ଏସସି.ଇଡି, ଆଦି ଶିକ୍ଷା ଭିତ୍ତିକ ଅଧ୍ୟୟନରେ ନାମଲେଖା ପାଇଁ ଆବେଦନ କରାଯାଉଛି ଓ ଏହି ଆବେଦନ ଆଧାରରେ ସିଇଇ ପରୀକ୍ଷା ଆସନ୍ତା ମାସ ୨୯ ତାରିଖରେ ଅନୁଷ୍ଠିତ ହେବ । କମ୍ପ୍ୟୁଟର ଆଧାରିତ ପରୀକ୍ଷା ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀ ଚୟନ କରାଯିବ । ଚଳିତ ବର୍ଷ ଆବେଦନର ଶେଷତାରିଖ ୧୭.୦୬.୨୦୨୫ ଓ ଅଧିକ ଜାଣିବାପାଇଁ ଆଗ୍ରହୀ ଛାତ୍ରଛାତ୍ରୀଗଣ www.riebbs.ac.inରେ ଲଗଇନ କରିବାସହ ହେଲ୍ପଲାଇନ ନମ୍ବର ୦୨୨-୬୧୩୦୬୨୭୧ରେ ଯୋଗାଯୋଗ କରିପାରିବେ ।

Leave A Reply

Your email address will not be published.