jsm

ସି ଆଇ ଟି ୟୁର ୫୬ତମ ପ୍ରତିଷ୍ଠା ଦିବସ

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତର ଟ୍ରେଡ ୟୁନିୟନ କେନ୍ଦ୍ର ( ସି ଆଇ ଟି ୟୁ)ର ୫୬ ତମ ପ୍ରତିଷ୍ଠା ଦିବସ ଆଜି ରାଉରକେଲା ସ୍ଥିତ ସେକ୍ଟର ୧୬ ଶ୍ରମିକ ଭବନ, ସି ଆଇ ଟି ୟୁ ଜିଲ୍ଲା କାର୍ଯ୍ୟାଳୟଠାରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ୟୁନିୟନର ପତାକାକୁ ଉତ୍ତୋଳନ କରିଥିଲେ ସି ଆଇ ଟି ୟୁ ରାଜ୍ୟ ଉପସଭାପତି ତଥା ସୁନ୍ଦରଗଡ ଜିଲ୍ଲା ସାଧାରଣ ସମ୍ପାଦକ ବିମାନ ମାଇତି । ଜିଲ୍ଲା କମିଟିର ବରିଷ୍ଠ ଉପ ସଭାପତି ଶ୍ରୀମନ୍ତ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସି ଆଇ ଟି ୟୁ ସହବନ୍ଧିତ ଜିଲ୍ଲାର ସମସ୍ତ ୟୁନିୟନର ନେତୃତ୍ୱ ଏହି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ଉଭୟ ନେତୃତ୍ୱ ବକ୍ତବ୍ୟ ରଖି ଆଜିର ଦିନରେ ୧୯୭୦ ମସିହା ମେ ୨୮ ରୁ ୩୦ ତାରିଖରେ ସି ଆଇ ଟି ୟୁ ତା’ର ପ୍ରଥମ ସର୍ବଭାରତୀୟ ସମ୍ମିଳନୀ କଲିକତାଠାରେ ଆୟୋଜିତ କରି ତାର ପ୍ରତିଷ୍ଠା ଘୋଷଣା କରିଥିଲା । ଏହାର ପ୍ରଥମ ସଭାପତି ହୋଇଥିଲେ ବର୍ଷୀୟାନ ଶ୍ରମିକ ନେତା ବି ଟି ରଣଦିଭେ ଓ ସାଧାରଣ ସମ୍ପାଦକ ନିର୍ବାଚିତ ହୋଇଥିଲେ ପି ରାମମୂର୍ତ୍ତୀ । ସି ଆଇ ଟି ୟୁ ତା’ର ପ୍ରତିଷ୍ଠା ଦିନଠାରୁ ଆଜି ପର୍ଯ୍ରନ୍ତ ଶ୍ରମିକ ଶ୍ରେଣୀର ସ୍ୱାର୍ଥରେ ଜାଗ୍ରତ ପ୍ରହରୀ ରୂପେ କାମ କରି ଆସୁଛି । ନବ୍ୟ ଉଦାରବାଦୀ ଆର୍ଥିକ ନିତୀ ବିରୁଦ୍ଧରେ, ଜଗତୀକରଣ, ଉଦାରୀକରଣ ଓ ଘରୋଇକରଣ ନୀତି ବିରୋଧରେ ଲଗାତର ଭାବରେ ସଂଗ୍ରାମ କରିଛି । ବର୍ତମାନ କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ବାତିଲ ଦାବିରେ ଓ ଶ୍ରମ ଆଇନ ଗୁଡ଼ିକୁ କର୍ପୋରେଟ ଓ ପୁଞ୍ଜିପତି ମାନଙ୍କର ସ୍ଵାର୍ଥରେ ବିଲୀନ କରିବା ବିରୁଦ୍ଧରେ, ସାଂପ୍ରଦାୟିକତା ଓ ଫାସୀବାଦ ବିରୁଦ୍ଧରେ ଲଗାତର ସଂଘର୍ଷ ଜାରୀ ରଖିଥିଲା ବେଳେ ଆସନ୍ତା ଜୁଲାଇ ୯ ତାରିଖ ଦେଶବ୍ୟାପୀ ସମସ୍ତ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ମାନଙ୍କ ସହିତ ଶ୍ରମିକ ବିରୋଧୀ କେନ୍ଦ୍ର ମୋଦୀ ସରକାର ବିରୁଦ୍ଧରେ ଦେଶବ୍ୟାପୀ ସାଧାରଣ ଧର୍ମଘଟର ଡାକରା ଦେଇଛି । ଏହି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବି ପି ମହାପାତ୍ର, ସୁରେନ୍ଦ୍ର ଦାଶ, ରାଜ କିଶୋର ପ୍ରଧାନ, ଅଜୟ ଶର୍ମା, ଯଯାତୀ କେଶରୀ ସାହୁ, ପ୍ରଦୀପ ସେଠୀ, ଏନ୍ ଏନ୍ ପାଣିଗ୍ରାହୀ, ଲକ୍ଷ୍ମୀଧର ନାୟକ, ବିଶ୍ଵଜିତ ମାଝୀ, ପ୍ରଭାତ ମହାନ୍ତି, ଦିବାକର ମହାରଣା, ଅରୁଣ ମହାରଣା, ଚନ୍ଦ୍ରଭାନୁ ଦାସ, ସୁରେନ୍ଦ୍ର ମହାନ୍ତି, ବୁବୁନ ମାଇତି, ଯଜ୍ଞେଶ୍ଵର ସାହୁ, ଅକ୍ଷୟ ରାଉତ, ସଚିନ୍ ରାୟ, ଶିବରାମ ବେହେରା, ଜୀବନ ବରିହା, ଏନ୍ କେ ରାଉତରାୟ, ବଛିରାମ ବେହେରା, କୁବେର ଖାଁ, ସାଗର ଛୋଟରାୟ, ବିଶ୍ୱରଂଜନ ମଲ୍ଲିକ, ଶତୃଘ୍ନ ବେହେରା, ଗୋବିନ୍ଦ ବାରିକ୍, ଜି କେ ନାୟକ, ଶୁଭେନ୍ଦୁ ମହାନ୍ତି ସମେତ ସମସ୍ତ ସହବନ୍ଧିତ ୟୁନିୟନର ନେତୃତ୍ୱ ସାମିଲ ହୋଇଥିଲେ ।

yuvodaya
Leave A Reply

Your email address will not be published.