ଏଫଡିଆର ଓ ଖଳା କାମ ଆରମ୍ଭ ନ ହେଲେ ବ୍ଲକ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ବନ୍ଦ ଧମକକୁ ସମର୍ଥନ ଦେଲା ବ୍ଲକ ସରପଞ୍ଚ ସଂଘ : ଆଉ ପ୍ରତିଶ୍ରୁତି ନୁହେଁ, କାମ ଆରମ୍ଭ ନ ହେଲେ ୨୭ରୁ ଅଫିସ ବନ୍ଦ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକରେ ବର୍ଷ ବର୍ଷ ହେଲା ୧୧ଟି ଖଳା କାମ ଆରମ୍ଭ ହୋଇନାହିଁ । ୨୦୧୯ ଅଗଷ୍ଟ ବର୍ଷାରେ ନଷ୍ଟ ହୋଇଥିବା ରାସ୍ତା, ଅଙ୍ଗନୱାଡୀ କୋଠା ମରାମତି ପାଇଁ ପର୍ଯ୍ୟପ୍ତ ପରିମାଣରେ ଅନୁଦାନ ଆସି ପଡ଼ିରହିଛି । ବ୍ଳକ ପ୍ରଶାସନ ପକ୍ଷରୁ ଫାଇଲ ଖୋଳା ଯାଇଥିଲେ ମଧ୍ୟ କାମ ଆରମ୍ଭ ହୋଇନାହିଁ । କିଛି ଅସାଧୁ ବ୍ୟକ୍ତି ଟଙ୍କା କିପରି ଫେରିଯିବ ସେଥିପାଇଁ ଯୋଜନା କରୁଛନ୍ତି । ଏହାକୁ କରାଇ ଦିଆଯିବ ନାହିଁ ବୋଲି ଗାଈବାହାଲ ପଞ୍ଚାୟତ ଜୁର୍ଲାକାନୀ ନିକଟରେ ଅନୁଷ୍ଠିତ ହୋଇଥିବା ଦେଓଗାଁ ବ୍ଳକ ସରପଞ୍ଚ ସଂଘର ବୈଠକରେ ସଂଘ ନିଷ୍ପତ୍ତି କରିଥିବା ଜଣାପଡ଼ିଛି । ସଂଘର ସଭାପତି ଦୟାନିଧୀ ଖମାରୀ ସଭାପତିତ୍ୱ କରି କହିଛନ୍ତି ଯେ, କିଛି ମାସ ହେଲା ବିଡିଓ ଏଫଡିଆର ଓ ଖଳା ନିର୍ମାଣ ପାଇଁ ଫାଇଲ ଖୋଲିଛନ୍ତି କିନ୍ତୁ କାମ ଆରମ୍ଭ କରୁନାହାନ୍ତି । ଯଦିଓ ବିଭାଗୀୟ କର୍ମଚାରୀଙ୍କ ନାମରେ କାମ ହେବ ଅନେକ ସମୟରେ ପଞ୍ଚାୟତ ସମିତି ବୈଠକରେ ଏହାକୁ ନେଇ ବାରମ୍ବାର ତୁ ତୁ ମେ ମେ ହେଉଥିବାରୁ ବିଡିଓ ପ୍ରଥମେ ସପ୍ତାହେ ପରେ, ଆସନ୍ତାକାଲି ଠାରୁ ଆରମ୍ଭ କରାଯିବ ବୋଲି ପ୍ରତିଶୃତି ଦେଉଛନ୍ତି ଓ ଲୋକ ପ୍ରତିନିଧୀମାନଙ୍କୁ ଠକି ଚାଲିଛନ୍ତି । ଆସିଥିବା ଅନୁଦାନକୁ ଖର୍ଚ୍ଚ କରିବା ପାଇ ବାରମ୍ବାର ଅନୁରୋଦ କଲାପରେ କିଛି ନ ଶୁଣିବାରୁ ଗତ ୨୦ତାରିଖ ଦିନ ବ୍ଳକ ଅଧ୍ୟକ୍ଷା ରୀନା ମେହେରଙ୍କ ନେତୃତ୍ୟରେ କିଛି ସରପଞ୍ଚ, ସମିତି ସଭ୍ୟ ଓ ସାଧାରଣ ଲୋକ ମିଶି ୨୬ ତାରିଖ ମଧ୍ୟରେ କାମ ଆରମ୍ଭ ନ କଲେ ୨୭ରୁ ତାଳା ବନ୍ଦ କରାଯିବ ବୋଲି ଲିଖିତ ଭାବେ ଜଣାଇଛନ୍ତି । ଏହି ଦାବିକୁ ସରପଞ୍ଚ ସଂଘ ନିଶ୍ଚିତ ଭାବେ ସହଯୋଗ କରିବ। ଆଉ ପ୍ରତିଶୃତି ନୁହେଁ ୨୭ରେ ଆମେ ତାଳାଦେବୁ କାମ ଆରମ୍ଭ ନ ହେବା ପର୍ଯ୍ୟନ୍ତ ଅଫିସ ବନ୍ଦ କରିବୁ। ବିଡିଓଙ୍କ କୌଣସି ପ୍ରତିଶୃତି ବିଚାର କରାଯିବ ନାହିଁ ବୋଲି ସରପଞ୍ଚ ସଂଘର ସଭାପତି ଶ୍ରୀଯୁକ୍ତ ଖମାରୀ କହିଛନ୍ତି। ଏହି ବୈଠକ ପ୍ରାରମ୍ଭରେ ବରିଷ୍ଟ ସମାଜସେବୀ ଲଲିତ ନାୟକ ଓ ଘୁଡ଼ଖାପଲା ସରପଞ୍ଚ ଯୁଗେଶ୍ୱର ଦୀପଙ୍କ ତିରୋଧାନ ଯୋଗୁଁ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ବୈଠକରେ ସରପଞ୍ଚ ସଂଘର ସଂପାଦକ ଜୟ ରଣା, ସରପଞ୍ଚ ନୀନା ଛତ୍ରିଆ, ମମତା କୁମୁରା, କଳ୍ୟାଣୀ ଦଲାଇ, ସ୍ନେହଲତା ଶାନ୍ତ, ରୀନା ବରିହା, କୁମୁଦିନୀ ସେଠ, ସୁଶୀଳା କୁମ୍ଭାର, କବିତା ବିଶୀ, ପ୍ରତିମା ନନ୍ଦ, ଭଗବତୀ ବାଗ, ପୂର୍ଣ୍ଣିମା ରଣା, ପ୍ରମୋଦିନୀ ନାଏକ, ବଡ଼ ପଧାନ, ଗୌର ଚନ୍ଦନ, ପ୍ରଭାତ ଭୋଇ, ମାଳି ମେଶ୍ୱା, ଧୁବଲେ ରାଉତ, କୁଶମଣୀ ମେହେର, ନୀଳାଞ୍ଚଳ କୁଅଁର, ବାଳକ ପଧାନ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.