centurian jitm

ଖୁବ୍‌ଶୀଘ୍ର ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ୍

ଭୁବନେଶ୍ୱର : ଦିନେ କି ଦୁଇ ଦିନ ଭିତରେ ପ୍ରକାଶ ପାଇବ ଯୁକ୍ତଦୁଇ ପରୀକ୍ଷା ଫଳ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ଯୁକ୍ତ ଦୁଇ ଫଳ ପ୍ରକାଶ ନେଇ ସିଏଚ୍‌ଏସ୍‌ଇ ପକ୍ଷରୁ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡିଛି । ମନ୍ତ୍ରୀ କହିଛନ୍ତି, ଯୁକ୍ତ ଦୁଇ ଫଳ ବାହାରିବାକୁ ଆଉ ବିଳମ୍ବ ହେବନି । ପିଲାମାନେ ବ୍ୟସ୍ତ ହୁଅନ୍ତୁ ନାହିଁ । ଏକାସାଙ୍ଗରେ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ପରୀକ୍ଷ ଫଳ ପ୍ରକାଶ ପାଇବ । ଅନ୍ୟପଟେ ଯେହେତୁ ଯୁକ୍ତ ତିନି ନାମଲେଖା ଆବେଦନର ଆଜି ଶେଷ ତାରିଖ ରହିଛି । ତେଣୁ ଉଚ୍ଚ ଶିକ୍ଷା ବିଭାଗକୁ ସମୟସୀମା ବୃଦ୍ଧି କରିବାକୁ ନିବେଦନ କରାଯାଇଛି । ଉଲ୍ଲେଖ ଯୋଗ୍ୟ ଯେ, ଗତ ମାର୍ଚ୍ଚ ୨୮ରେ ଯୁକ୍ତ ଦୁଇ ପରୀକ୍ଷା ଶେଷ ହୋଇଥିଲା । ଏଥିରେ ରାଜ୍ୟର ୩ ଲକ୍ଷ ୯୩ ହଜାର ୬୧୮ ଜଣ ପିଲା ପରୀକ୍ଷା ଦେଇଛନ୍ତି । ଏପ୍ରିଲ୍‌ ୨ ତାରିଖରୁ ଖାତା ଦେଖା ଆରମ୍ଭ ହୋଇ ମେ ୧ ତାରିଖ ସୁଦ୍ଧା ଖାତା ଦେଖା ଶେଷ ହୋଇଛି । ଗ୍ରୀଷ୍ମ ପ୍ରବାହ ପାଇଁ ଖାତା ଦେଖାରେ ସାମାନ୍ୟ ବିଳମ୍ବ ହୋଇଥିବା ଜଣାପଡିଛି । ତେଣୁ ଯୁକ୍ତ ଦୁଇ ରେଜଲ୍ଟ ବାହାରିବାରେ ବିଳମ୍ବ ସାମାନ୍ୟ ବିଳମ୍ବ ହୋଇଛି ।

Leave A Reply

Your email address will not be published.