centurian jitm

ଟିଟିଲାଗଡ଼ର ୨୫ତମ ଶୀତଳଷଷ୍ଠୀ ପାଇଁ କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଚଳିତ ବର୍ଷ ୨୫ତମ ବର୍ଷରେ ପଦାର୍ପଣ କଲା ଟିଟିଲାଗଡ଼ର ପ୍ରସିଦ୍ଧ ଶୀତଳଶଷ୍ଠୀ ଯାତ୍ରା । ଟିଟିଲାଗଡ଼ର ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସଙ୍କ ଆବାହକତ୍ୱରେ ସୋମବାର ସନ୍ଧ୍ୟାରେ ଚଳିତ ବର୍ଷ କିପରି ଧୁମ୍‌ଧାମ୍‌ରେ ଶୀତଳଷଷ୍ଠୀ ପାଳନ କରାଯିବ ସେନେଇ ସ୍ଥାନୀୟ ହାଟପଦା ପ୍ରହରୀ ମଣ୍ଡପଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବର ପିତାମାତା ସିରଭଟା ପଡ଼ାର ମହେନ୍ଦ୍ର କୁମାର ରାଉତ ଏବଂ ସପତ୍ନୀ ମେନକା ରାଉତ ହୋଇଥିବା ବେଳେ କନ୍ୟା ପିତାମାତା ଭାବେ ହାଟପଦା ପଡ଼ାର ସୀତାରାମ ବେହେରା ଏବଂ ସପତ୍ନୀ ରେଣୁକା ବେହେରା ସୌଭାଗ୍ୟ ଅର୍ଜନ କରିଛନ୍ତି । ଏହି ଯାତ୍ରାକୁ ସୁରୁଖୁରୁରେ ସମାପନ କରିବା ପାଇଁ କମିଟି ଗଠନ କରାଯାଇଛି । ସେଥିରେ ସଭାପତି ଭାବରେ ଶ୍ରୀପତି ସାହୁ, ସମ୍ପାଦକ ପ୍ରଭାକର ସରାଫ, କୋଷାଧ୍ୟକ୍ଷ ଭାବେ ପ୍ରଭାକର ସରାଫଙ୍କୁ ଚୟନ କରାଯାଇଥିବା ବେଳେ ଉପଦେଷ୍ଟା କମିଟିରେ କୃଷ୍ଣଚନ୍ଦ୍ର ସରାଫ, ଲିଙ୍ଗରାଜ ସାହୁ, ସଞ୍ଜୀବ ତ୍ରିପାଠୀ, ଟିକେଲାଲ ବେହେରା, ନିରାକାର ସରାଫ ରହିଛନ୍ତି । ୩୦ ତାରିଖ ସନ୍ଧ୍ୟାରେ ଦେବ ନିମନ୍ତ୍ରଣ, ୩୧ ତାରିଖ ଶନିବାର ସକାଳେ ଅଳଙ୍କାର ଧାରଣ, ସନ୍ଧ୍ୟାରେ ବାରାନୁଗମନ, ରାତ୍ରି ୧୧.୩୦ଟା ସମୟରେ ଶିବପାର୍ବତୀଙ୍କ ବିବାହ ପାଣିଗ୍ରହଣ ଅନୁଷ୍ଠିତ ହେବ । ସେହିପରି ରବିବାର ପ୍ରତ୍ୟାବର୍ତ୍ତନ କରାଯିବ ବୋଲି ଆୟୋଜକ କମିଟି ପକ୍ଷରୁ ଶୁଭ୍ରାଂଶୁ ଦାସ ସୂଚନା ଦେଇଛନ୍ତି । ଏହି ପ୍ରସ୍ତୁତି ବୈଠକରେ ହାଟପଦାପଡ଼ା, ସିରଭଟାପଡ଼ା ତଥା ସହରର ଅନ୍ୟାନ୍ୟ ଭକ୍ତବୃନ୍ଦମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.