oom

ତୁଷୁରା ସାମ୍ବାଦିକ ସଂଘର ବାର୍ଷିକ ବୈଠକ

jsmm
  • ସାମ୍ବାଦିକ ସଂଘର ସଭାପତି ସୁନୀଲ, ସମ୍ପାଦକ ପ୍ରକାଶ

ସଇଁତଲା, (ଖୁସିରାଣୀ ସାହୁ) : ବଲାଙ୍ଗିର ଜିଲ୍ଲା ତୁଷୁରା ସହରର କେଡ଼ିଆ ଭବନ ଠାରେ ତୁଷୁରା ସାମ୍ବାଦିକ ସଂଘର ବାର୍ଷିକ ବୈଠକ ଅନୁଷ୍ଠିତ ହେବା ସହ ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ସଭାପତି ସୁନିଲ ଜୈନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସର୍ବସମ୍ମତି କ୍ରମେ ପୁଣିଥରେ ସଭାପତି ଭାବେ ସୁନିଲ ଜୈନ, ଉପସଭାପତି ତରୁଣ କୁମାର ବେହେରା , ସମ୍ପାଦକ ପ୍ରକାଶ ପ୍ରଧାନ, ସହସମ୍ପାଦକ ସରସ ପ୍ରଧାନ, କୋଷାଧ୍ୟକ୍ଷ ମନୀଷ ଅଗ୍ରୱାଲ, ଆଇନ ପରାମର୍ଶଦାତା ଦୈତାରୀ ଆଚାର୍ଯ୍ୟ, ବିନୋଦ କୁମାର ସୁନା, ଉପଦେଷ୍ଟା କମିଟି ସଭ୍ୟ ଅଜିତ କୁମାର ସାହୁ, ଗୋକୁଳାନନ୍ଦ ବଗତ୍‌ର୍ତ୍ତୀ ମନୋନୀତ ହୋଇଛନ୍ତି । ତୁଷୁରା ସହରରେ ଦିନକୁ ଦିନ ନକଲି ସାମ୍ବାଦିକଙ୍କ ସଂଖ୍ୟା ବଢ଼ିବାକୁ ଲାଗି ଥିବାବେଳେ ଅଣ ପଞ୍ଜିକୃତ ସାମ୍ବାଦିକଙ୍କ ଉପରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲା ପ୍ରଶାସନକୁ ସାମ୍ବାଦିକ ସଂଘ ପକ୍ଷରୁ ଦାବିପତ୍ର ଦିଆଯିବା ସହ ଲୋକଙ୍କ ସମସ୍ୟାକୁ ସାମ୍ବାଦିକ ସଂଘ ସବୁବେଳେ ସ୍ୱର ଉଠାଇବା ସହ ଖବର ପ୍ରସାରଣ କରିବା ପାଇଁ ସବୁବେଳେ ଠିଆ ହେବ ବୋଲି ଆଲୋଚନା ହୋଇଥିଲା । ଏହି ସଭାରେ ନାରାୟଣ ସାହୁ, ଅବିନାଶ ନନ୍ଦ, ରଞ୍ଜନ କୁମାର ବାଗ, ପୃଥ୍ୱୀରାଜ ବକୁଳ, ତ୍ରିନାଥ ପଧାନ ପ୍ରମୁଖ ସାମ୍ବାଦିକ ଉପସ୍ଥିତ ଥିବା ବେଳେ ବୈଠକ ଶେଷରେ ସାମ୍ବାଦିକ ବିଶାଲ କୁମାର ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.