oom

ରାୟଗଡା ପୋଲିସ୍‌ର ସଫଳତା

jsmm

ରାୟଗଡା, (କେପିଏନ୍‌ଏସ୍‌) : ପୋଲିସକୁ ମିଳିଲା ବଡ଼ ସଫଳତା । ସର୍ଚ୍ଚ ଅପରେସନ୍‌ରେ ମିଳିଲା ଗୋଟେ ପ୍ରେସର୍ ବୋମା ସହ ୩ଟି ଟିଫିନ୍ ବୋମା । ସୂଚନା ଯୋଗ୍ୟ ଯେ, ରାୟଗଡ଼ା ଜିଲ୍ଲା ଆମ୍ବ।ଦଳା ଥାନା ଅନ୍ତର୍ଗତ ଜଗଦଲପୁର ଜଙ୍ଗଲରେ ମାଓବାଦୀମାନେ ଅଘଟଣ ଘଟାଇବା ପାଇଁ ପୂର୍ବରୁ ବୋମା ଗୁଡ଼ିକୁ ମ।ଟି ତଳେ ପୋତି ରଖିଥିଲେ । ଏନେଇ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ରାୟଗଡ଼ା ପୋଲିସ, ଡ଼ିଭିଏଫ୍‌ ଟିମ୍‌, ସି.ଆର୍‌.ପି.ଏଫ୍‌ର ମିଳିତ ସର୍ଚ୍ଚ ଅପରେସନରେ ଏକ ପ୍ରେସର୍ ବୋମା ସହ ୩ଟି ଟିଫିନ୍ ବୋମା ଜଗଦଲପୁର ଜଙ୍ଗଲରୁ ଉଦ୍ଧାର କରି ନିସ୍କ୍ରିୟ କରିଥିବା ରାୟଗଡ଼ା ଏସ୍‌ପି ଏସ୍‌. ସ୍ୱାତୀ କୁମାର ଏକ ପ୍ରେସ ବିବୃତ୍ତିରେ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.