centurian jitm

ଭକ୍ତକବି ଜୟଦେବ ଜୟନ୍ତୀ ଉତ୍ସବ ଏବଂ ଆଲୋଚନା ଚକ୍ର ଅନୁଷ୍ଠିତ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଗନ୍ନାଥଙ୍କ ପରମ ଭକ୍ତ ତଥା ବିଶ୍ୱ ପ୍ରସିଦ୍ଧ କବି ଗୀତଗୋବିନ୍ଦର ରଚୟିତା ଜୟଦେବଙ୍କ ଜୟନ୍ତୀ ଉତ୍ସବ ଏବଂ ଆଲୋଚନା ଚକ୍ର ସ୍ଥାନୀୟ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଆଲୋଚନା ଚକ୍ରରେ ଅତିରିକ୍ତ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ସନ୍ଦୀପ କୁଅଁର, ସମ୍ମାନିତ ଅତିଥି ଭାବେ ଜୟ ପ୍ରକାଶ ଆଚାର୍ଯ୍ୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ ଯୋଗଦେଇ ଥିଲେ । ସାମ୍ପ୍ରତିକ ବ୍ୟସ୍ତ ବହୁଳ ଜୀବନରେ ମାନସିକ ଶାନ୍ତି ନିମନ୍ତେ ସମସ୍ତେ ଆଧ୍ୟାତ୍ମିକତା ଆଡକୁ ଯିବାକୁ ହେଲେ କବି ଜୟଦେବଙ୍କୁ ଅନୁକରଣ କରିବା ଆବଶ୍ୟକ ବୋଲି ମୁଖ୍ୟ ଅତିଥି କହିଥିଲେ । ମୁଖ୍ୟ ବକ୍ତା କବି ଜୟଦେବ ଭାଷା, ସ୍ଥାନ ଓ କାଳର ଉର୍ଦ୍ଧ୍ବରେ ଥିବା ଜଣେ ଅତୁଳନୀୟ କାବ୍ୟ ପୁରୁଷ । ସମଗ୍ର ଭାରତୀୟ ସାହିତ୍ୟରେ ରାଧାକୃଷ୍ଣଙ୍କ ଅପ୍ରାକୃତ ପ୍ରେମର ଧ୍ୱଜା ଉତ୍ଥାନ ସହ ଶ୍ରୀ କୃଷ୍ଣଙ୍କ ସମର୍ପିତ ପ୍ରେମର କଥା କହିଛନ୍ତି ଗୀତଗୋବିନ୍ଦ କାବ୍ୟରେ । କବିଦୃଷ୍ଟିର ସାର୍ଥକ ସ୍ୱରୂପ କବି ଜୟଦେବ ବୋଲି ନିଜ ବକ୍ତବ୍ୟରେ କହିଛନ୍ତି ମୁଖ୍ୟବକ୍ତା ସାମ୍ବାଦିକ, ଅଧ୍ୟାପକ ସନ୍ଦୀପ କୁମାର କୁଅଁର ନିଜ ବକ୍ତବ୍ୟରେ କହିଥିଲେ । ମହୋତ୍ସବରେ ଜୟଦେବ କଳା ସଂସଦ ସଙ୍ଗୀତ ପରିବେଷଣ କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଂଞ୍ଜନ ମିଶ୍ର ମଂଚ ପରିଚାଳନ ଏବଂ ସ୍ୱାଗତ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.