pr

ପହଲଗାମ ମୃତକଙ୍କ ପାଇଁ ସିରୋଲ ଗ୍ରାମରେ ବିଜେଡ଼ି ଦଳ ପକ୍ଷରୁ କ୍ୟାଣ୍ଡେଲ୍ ଶୋଭାଯାତ୍ରା

dr. purohit

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବିଜୁ ଜନତା ଦଳ ତରଫରୁ ସିରୋଲ ଗ୍ରାମପଞ୍ଚାୟତ ସଦର ମହକୁମାଠାରେ ଜାମ୍ମୁ କାଶ୍ମୀରର ପହଲଗାମଠାରେ ନିରୀହ ତୀର୍ଥଯାତ୍ରୀ ମାନଙ୍କୁ ନିର୍ମମ ଭାବରେ ହତ୍ୟା କରିଥିବା ଆତଙ୍କବାଦୀମାନଙ୍କୁ ଦୃଢ ନିନ୍ଦା କରାଯାଇ ସହିଦ ତୀର୍ଥଯାତ୍ରୀମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ପାଇଁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ପୂର୍ବତନ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା କ୍ୟାଣ୍ଡେଲ ଶୋଭାଯାତ୍ରାରେ ସିରୋଲ ସରପଞ୍ଚ ପ୍ରତିନିଧି ଲମ୍ବୋଦର ବଗର୍ତ୍ତି, ପୂର୍ଣ୍ଣ ପୋଡ଼, ମୋହନ ହାତୀ, ଉତ୍ତମ ବଗର୍ତ୍ତି, ଗୋପୀ ହାତୀ, ନୃପତି ବଗର୍ତ୍ତି, ଧୁବା ମହାକୁଡ଼, ଉମା ହାତୀ, ଛବି ବଗର୍ତ୍ତି, ପୁର ବଗର୍ତ୍ତି, ବେଣୁ ନାଗ, ଥବିର ବଗର୍ତ୍ତି, ଦୁଃସାସନ ପାଣିଗ୍ରାହୀ, ମାଧବ ବାଗ, ବରୁଣ ଲୁହା, ମନୋଜ ପୋଢ଼ଙ୍କ ସହିତ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ । ମୃତ ତୀର୍ଥଯାତ୍ରୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ତାଙ୍କର ପରିବାର ବର୍ଗଙ୍କୁ ଭଗବାନ ଧର୍ଯ୍ୟ ଓ ସାହସ ପ୍ରଦାନ କରିବା ପାଇଁ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ଶ୍ରୀଯୁକ୍ତ ଜୈନ ସହିଦ ତୀର୍ଥଯାତ୍ରୀ ମାନଙ୍କ ସ୍ମୁତି ଉଦ୍ଦେଶ୍ୟରେ ଆଗାମୀ ଦିନରେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବାକୁ ଅନୁରୋଧ ରଖିଥିଲେ ଏବଂ ସହିଦମାନଙ୍କ ଆତ୍ମାର ସତଗତି କାମନା କରିଥିଲେ ।

nrusinghnath
Leave A Reply

Your email address will not be published.