centurian jitm

ଧରିତ୍ରୀ ଦିବସ ଓ ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା ଅନୁଷ୍ଠିତ

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ୱାଇ.ଏମ.ଏଫ.ଆଇ ଏବଂ ଏସ.ପି.ସି.ବିର ମିଳିତ ଆନୁକୂଲ୍ୟରେ ଧରିତ୍ରୀ ଦିବସ ଓ ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ପରିବେଶ ସଂକ୍ରାନ୍ତୀୟ ଚିତାଙ୍କନ ଓ ବକୃତା ପ୍ରତିଯୋଗିତା ସ୍ଥାନୀୟ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗିତାର ବିଷୟବସ୍ତୁ ଏଣ୍ଡିଙ୍ଗ ପ୍ଲାଷ୍ଟିକ ପଲ୍ୟୁସନ (ପ୍ଲାଷ୍ଟିକ ପ୍ରଦ୍ୟୁଷଣ) ଆୱାର ପ୍ଲାନେଟ ଆୱାର ପାୱାର (ଆମ ଗ୍ରହ ଆମ ଶକ୍ତି), ଓ ବନିକରଣ ପ୍ରଭୃତି ରଖାଯାଇଥିଲା । ଏସମ୍ପର୍କରେ ପିଲାଙ୍କ ମଧ୍ୟରେ ଜିଜ୍ଞାସା ସୃଷ୍ଟି ସହ ସଚେତନତା ଜାଗ୍ରତ ପାଇଁ ଏହି ପ୍ରତିଯୋଗିତା କରାଯାଇଥିଲା । ଏସ.ପି.ସି.ବି ରାଉରକେଲା ଆଞ୍ଚଳିକ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ଡ଼. ଅନୁପ କୁମାର ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଆୟୋଜିତ ପ୍ରତିଯୋଗିତାରେ ବିଭିନ୍ନ ସ୍କୁଲର ପ୍ରାୟ ଶତାଧିକ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇ ନିଜ ଅନ୍ତର୍ନିହିତ କଳା ଓ ସୃଜନଶୀଳ ପ୍ରତିଭାର ପରିଚୟ ଦେଇଥିଲେ । ଭାରତ ସରକାରଙ୍କ ମିଶନ ଲାଇଫ ଯୋଜନାରେ ପ୍ରତ୍ୟେକେ ନିଜ ନିଜ ଦୈନନ୍ଦିନ ଜୀବନରେ ପରିବେଶ ଆଧାରିତ ଜୀବନ ଶୈଳୀ ଆପଣାଇବା ଓ ପରିବେଶର ସୁରକ୍ଷା ପାଇଁ ଅନ୍ୟମାନଙ୍କୁ ପ୍ରବାର୍ତ୍ତାଇବାକୁ ଉପସ୍ଥିତ ଅତିଥି ମାନେ ପ୍ରବର୍ତ୍ତାଇ ଥିଲେ । ଏଥିରେ ବିଭାଗୀୟ ଉପ ପରିବେଶ ଯନ୍ତ୍ରୀ ବିଜୟ କୁମାର ଭୋଇ, ଚନ୍ଦ୍ର ଶେଖର ଚୌହାନ, ରଜତ କୁମାର ସେଠିଙ୍କ ସମେତ ସହକାରୀ ପରିବେଶ ଯନ୍ତ୍ରୀ ପ୍ରିତମ ପତି, ସହକାରୀ ପରିବେଶ ବୈଜ୍ଞାନିକ ପ୍ରଜ୍ଞା ଜ୍ୟୋତି ସେନାପତି, ଅନୁଷ୍ଠାନର ଉପଦେଷ୍ଟା ଦୀପକ ଦାଶ, ବିଜୟ ପାଠୀ, ଜ୍ଞାନଜ୍ୟୋତି ହାଇସ୍କୁଲର ଅଧ୍ୟକ୍ଷ ଜଳଧର ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ୱା.ଇ.ଏମ.ଏଫ.ଆଇର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସଙ୍କ ତତ୍ୱାବଧାନରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉଦ୍‌ଘୋଷକ ଅନିଲ ମଲ୍ଲିକ, ଶିକ୍ଷୟିତ୍ରୀ ସରିତା ନାୟକ, ଶୁଭ୍ରା ମିଶ୍ର, ଝରଣା ସାହୁ, ସୁନିତା ମହନ୍ତ,ଅନିତା ଧଳ, ଚିତ୍ରଶିଳ୍ପୀ ଦେବେନ୍ଦ୍ର ମହାରଣା, ଅକ୍ଷୟ ସାମଲ, ରଶ୍ମିରେଖା ଧଳ ପ୍ରମୁଖ ପ୍ରତିଯୋଗିତାର ବିଚାରକ ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଶିକ୍ଷୟତ୍ରୀ ଓ ସ୍ୱେଛାସେବୀ ମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.