oom

ଛେଳି ଚରାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ : କଥା କଟାକଟି ପରେ ଘରକୁ ଆସି କୋଦାଳରେ ଛେଚି ଜଣକୁ ହତ୍ୟା : ଅନ୍ୟ ଜଣେ ଡାକ୍ତରଖାନା ଯିବା ରାସ୍ତାରେ ମୃତ

jsmm

ଦେଓଗାଁ, (ମନୀଷ କୁମାର ସାହୁ): ଦେଓଗାଁ ଥାନା ଜରାସିଂହାରେ ଶନିବାର ୫ଟା ସମୟରେ ଛେଳି ଚରାଇବାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହେବାରୁ ପରେ ଏହା ଗୋଷ୍ଠି ସଂଘର୍ଷର ରୁପ ନେଇଥିବା ଜଣାପଡ଼ିଛି। ଜଣକୁ ଖୋଦାଳରେ ହାଣି ହତ୍ୟା କରିଥିବା ବେଳେ ଅନ୍ୟ ଜଣେ ବଲାଙ୍ଗୀର ହସ୍ପିଟାଲରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ମିଳିଥିବା ଖବର ଅନୁସାରେ, ଜରାସିଂହା ଗାଁର ହରିଜନପଡ଼ାର କିଛି ଛେଳି ଚରୁଆଲି ଓ ଜରାସିଂହା ବାହାରପଡ଼ାର ଧନମତ ରାଉତ ଜରାସିଂହା- କୁଲିହାବାହାଲ ରାସ୍ତାରେ ଥିବା ବ୍ରିଜ ନିକଟ ପଡ଼ିଆକୁ ଛେଲି ଚରାଇବାକୁ ନେଇଥିଲେ । ଏହି ସମୟରେ କୌଣସି କାରଣରୁ ସେଠାକୁ ଛେଳି ଚରାଇବାକୁ ଯାଇଥିବା ଶ୍ରୀପତୀ ବେସ୍ରାଙ୍କ ସହ ଧନମତ ରାଉତଙ୍କ ମଧ୍ୟରେ ଝଗଡ଼ା ହୋଇ ମାଡ଼ପିଟ ହୋଇଥିବା ଗାଁଲୋକଙ୍କ ଠାରୁ ଜାଣିବାକୁ ମିଳିଛି । ପରେ ହରିଜନପଡ଼ାର କିଛି ମହିଳା ଓ ପୁରୁଷ ଧନମତଙ୍କ ଘରକୁ ଆସି ମାଡ଼ପିଟ କରିବା ସହ ଧନମତକୁ କୋଦାଳରେ ହାଣି ହତ୍ୟା କରି ଥିବା ଧନମତଙ୍କ ପୁଅ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଏହି ଗୋଷ୍ଠୀ ସଂଘର୍ଷରେ ହରିଜନପଡ଼ାର ୩ ଜଣ ଗୁରୁତର ଥିବାରୁ ଚିକିତ୍ସା ପାଇଁ ବଲାଙ୍ଗୀର ଡ଼ାକ୍ତରଖାନାକୁ ନେଉଥିବା ସମୟରେ ଶ୍ରୀପତୀ ବେସ୍ରା(୩୫)ଙ୍କ ମୃତ୍ୟୁ ହୋଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । ଅନ୍ୟପକ୍ଷରେ କର୍ମ ସୂନା, ବ୍ରହ୍ମା ସୁନା ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଘଟଣାସ୍ଥଳକୁ ଦେଓଗାଁ ପୁଲିସ ଓ ତୁଷୁରା ଆଇଆଇସି ଯଶୋବନ୍ତ ପ୍ରଧାନୀ ପହଞ୍ଚି ମୃତ ଶବକୁ ଜବତ କରିବା ସହ ଗାଁରେ ଛକି ରହିଛନ୍ତି ।

jittmm
Leave A Reply

Your email address will not be published.