oom

ସ୍ୱସ୍ତି ଝଙ୍କାର, ରାଉରକେଲା ୨୫ତମ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ

jsmm
  • “ନାଟ୍ୟମ” ଅନୁଗୁଳର ନାଟକ “ତ୍ରିଶଙ୍କୁ “ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱସ୍ତି ଝଙ୍କାର, ରାଉରକେଲାର ୨୫ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ପ୍ରଥମ ଦିବସରେ ଅନୁଗୁଳର ନାଟ୍ୟ ସଂସ୍ଥା ନାଟ୍ୟମ ତରଫରୁ ନାଟକ ତ୍ରିଶଙ୍କୁ ମଞ୍ଚସ୍ଥ ହୋଇଯାଇଛି । ନାଟ୍ୟକାର ତଥା ନିର୍ଦ୍ଦେଶକ ସୁଧାଂଶୁ ମୋହନ ଦ୍ୱିବେଦୀଙ୍କ ନିର୍ଦ୍ଦେଶିତ ଏହି ନାଟକର ବିଷୟବସ୍ତୁ ହେଲ ନିମ୍ନ ମଧ୍ୟବିତ୍ତ ପରିବାର ଟିଏ – ପତ୍ନୀ ଧାରା, ବଡ଼ ପୁଅ ଅଭୟ, ସାନପୁଅ ବିନୟ , ଝିଅ ମିନି ଓ ନାତୁଣୀ ପିଙ୍କିଙ୍କୁ ନେଇ ଗୋବର୍ଦ୍ଧନଙ୍କ ପରିବାର । ଆର୍ଥିକ ଅଭାବ ହିଁ ଗୋବର୍ଦ୍ଧନଙ୍କ ଅଶାନ୍ତିର ମୂଳ କାରଣ । ଅବସର ପରେ ଘରର ସମସ୍ତ ଦାୟୀତ୍ୱ ନେବା ପାଇଁ ବଡ ପୁଅ ଅଭୟକୁ ହିଁ ବାପା ଗୋବର୍ଦ୍ଧନ ବାଧ୍ୟ କରନ୍ତି । ସାଧ୍ୟ ମତେ ଘର ପାଇଁ ଯେତେ ଯାହା କଲେବି ଅଭୟ ଉପରେ ଗୋବର୍ଦ୍ଧନଙ୍କ ଅସନ୍ତୋଷ ଦିନକୁ ଦିନ ବଢି ଚାଲେ । ନ୍ୟାୟ, ନିଷ୍ଠା ଓ କର୍ତ୍ତବ୍ୟବୋଧ ଆଦିର ଜ୍ୱଳନ୍ତ ନିର୍ଦ୍ଦଶନ ଅଭୟ ଚରିତ୍ର । ପିତା ଓ ପୁତ୍ରଙ୍କ ମଧ୍ୟରେ ଉପୁଜିଥିବା ଏ ଅଶାନ୍ତି ପରିସମାପ୍ତି କେଉଁଠି ? ଗୋବର୍ଦ୍ଧନ କଣ ପୁତ୍ର ଅଭୟର ତ୍ୟାଗ ବୁଝିବାରେ ସମର୍ଥ ହେବେ, କର୍ତ୍ତବ୍ୟକୁ ନିଷ୍ଠାର ସହିତ ପାଳନ କରି ଅଭୟ କଣ ବାପାଙ୍କର ହୃଦୟ ଜିଣି ପାରିବେ, ଏହି ସବୁ ସମସ୍ୟାର ସମାଧାନକୁ ନେଇ ଗତିଶୀଳ ହୋଇଛି ନାଟକ ” ତ୍ରିଶଙ୍କୁ” । ଏହି ନାଟକରେ ସୁଧାଂଶୁ ମୋହନ ଦ୍ୱିବେଦୀ , ରବୀନ୍ଦ୍ର ନାଥ ସାହୁ , ପ୍ରଶାନ୍ତ ଆଚାର୍ଯ୍ୟ, ନିରୋଦ କୁମାର, ବଟକୃଷ୍ଣ ତ୍ରିପାଠୀ, ଅମରେଶ ନାଥ, ପିନାକୀ ଦାସ, ଶୁଭଶ୍ରୀ ପାଣ୍ଡେ, ଦୟା ସିଂ ଅଭିନୟ କରିଥିଲାବେଳେ ପ୍ରତାପ ରାଉତ ସଂଗୀତ ରେ, ଆଲୋକରେ ବିକାଶ ପ୍ରଧାନ, ମଞ୍ଚସଜ୍ଜାରେ ରବୀନ୍ଦ୍ର ନାଥ ସାହୁ ଓ ପ୍ରଳୟ ଶତପଥୀ ତଥା ସହ ନିର୍ଦ୍ଦେଶନା ବଟକୃଷ୍ଣ ତ୍ରିପାଠୀ ସହଯୋଗ କରିଥିଲେ। ଆଜିର ନାଟକରେ ପ୍ରାରମ୍ଭରେ ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବାବେଳେ ଉଦ୍‌ଘାଟକ ଭାବେ ନାଟ୍ୟ ଭିନେତା ସୁଦେଶ ନାୟକ ଓ ଡ଼ଃ ଅଜୟ ମିଶ୍ର ମଞ୍ଚ ସଂଯୋଜନା କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସମାଜସେବୀ ସୁନୀଲ କାୟଲ, ଋଶି ଆର୍ଯ୍ୟ, ଛଗନଲାଲ ଜୈନ, ରାଜେନ୍ଦ୍ର ଅଗ୍ରୱାଲ ପ୍ରମୁଖ ଯୋଗଦେଇ ଥିବା ବେଳେ ବିଜୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ. ସୁଶାନ୍ତ ପାଣି, ନିରୁପମା ପତି, ସରୋଜ ଶଙ୍ଖୁଆ, ଗୀତାଞ୍ଜଳି ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.