csstore

ଆଶୁକବି ଡଃ ହେମନ୍ତ କୁମାର ଦାଶଙ୍କ ୪୯ତମ ଜନ୍ମଦିନ ଅବସରରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ତୁଷୁରାର ବିଶିଷ୍ଟ କବି, ଲେଖକ, ଗାଳ୍ପିକ ତଥା ଆଦର୍ଶ ପ୍ରଧାନ ଶିକ୍ଷକ ଆଶୁକବି ଡଃ ହେମନ୍ତ କୁମାର ଦାଶଙ୍କ ୪୯ତମ ଜନ୍ମଦିନ ଅବସରରେ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲି, ବୀରମହାରାଜପୁର, ସୋନପୁର ଅଧୀନସ୍ଥ ତୁଷୁରା ଭିଜନ ସେଣ୍ଟର ଆନୁକୂଲ୍ୟରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ଅନୁଷ୍ଠିତ ହୋଇଯାଇଛି । ଶିବିର ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିଥିଲା । ଉକ୍ତ ଶିବିରରେ ଚକ୍ଷୁରୋଗ ବିଶେଷଜ୍ଞ ଡାଃ ବବଲୁ ସେଠୀ ଚକ୍ଷୁ ପରୀକ୍ଷା କରିଥିବା ବେଳେ ସିଏଚ୍‌ଭି ବୀଣାପାଣି ନାଏକ, ନିବେଦୀତା ପଟ୍ଟନାୟକ ଓ ବିଶିଷ୍ଟ ସମାଜସେବୀ ନିତ୍ୟାନନ୍ଦ ଷଡ଼ଙ୍ଗୀ ସହଯୋଗ କରିଥିଲେ । ତୁଷୁରା ଡାକ୍ତରଖାନାର ଡାକ୍ତର ଅଭିଜିତ ମିଶ୍ର ସାଧାରଣ ରୋଗୀଙ୍କ ପରୀକ୍ଷା କରିଥିଲେ । ମାରୱାଡ଼ି ମହିଳା ମଣ୍ଡଳ ତୁଷୁରା ଶାଖାର ସଂପାଦକ ସୁଶୀଳା ଅଗ୍ରୱାଲ ସଦସ୍ୟା ନିର୍ମଳା ଅଗ୍ରୱାଲ, ପ୍ରଭା କେଡିଆ, ଉଷା କେଡିଆ ଓ କମଲ କେଡିଆ ସମସ୍ତଙ୍କୁ ସରବତ ବଣ୍ଟନ କରିଥିଲେ ଓ ଶ୍ରୀ ଦାଶଙ୍କୁ ଜନ୍ମଦିନ ଉପହାର ଭେଟି ଦେଇଥିଲେ । ଏଥିରେ ୫୨ ଜଣ ଚକ୍ଷୁ ପରୀକ୍ଷା କରିଥିବା ବେଳେ ୧୦ ଜଣ ସାଧାରଣ ରୋଗର ପରୀକ୍ଷା କରିଥିଲେ । ଜନ୍ମଦିନ ଅବସରରେ ଜନସେବା ଭଳି ମହତ୍‌ କାର୍ଯ୍ୟ ହାତକୁ ନେଇଥିବାରୁ ବୁଦ୍ଧିଜୀବୀ ମହଲରେ ଶ୍ରୀ ଦାଶଙ୍କୁ ଭୂୟସୀ ପ୍ରଶଂସା କରୁଛନ୍ତି । ଶେଷରେ ପୁଷ୍ପାଞ୍ଜଳି ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.