csstore

ସାଇନିଂ ରକର୍ସ ଏକାଡେମୀର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ସାଇନିଂ ରକର୍ସ ଏକାଡେମୀର ପୁରସ୍କାର ବିତରଣ ଉତ୍ସବ ସେକ୍ଟର ୫ ସ୍ଥିତ ଆଦର୍ଶ ସାହିତ୍ୟ ଘରଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏକାଡେମୀର ମୁଖ୍ୟ ଲୀନା ବିଶ୍ୱାଳଙ୍କ ଆବାହକତ୍ଵ ଓ ବର୍ଣ୍ଣାଳୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରଘୁନାଥପାଲି ପ୍ରାକ୍ତନ ବିଧାୟକ ସୁବ୍ରତ ତରାଇ ମୁଖ୍ୟଅତିଥି, ସମ୍ମାନିତ ଅତିଥି ଭାବେ ସମାଜସେବୀ ପ୍ରଫୁଲ୍ଲ ସୁନ୍ୟାନୀ, ସୁଷମା ପ୍ରସାଦ, ଜିତେନ୍ଦ୍ର ପ୍ରସାଦ, ସୁନିଲ କାୟଲ, ସଂଗ୍ରାମ ପତି, ଟୁକୁ ରାଉତ ପ୍ରମୁଖ ଯୋଗଦେଇ ଥିଲେ । ଏହି ଅବସରରେ ବିଶିଷ୍ଟ ସମାଜସେବୀ ଭାବେ ବନ୍ଦିତା ମହନ୍ତ, ଆଇନଜୀବୀ ରେଖା ଗୁପ୍ତା, ରାଜଲକ୍ଷ୍ମୀ ପାତ୍ର, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ପୂର୍ବରୁ ଆୟୋଜିତ ହୋଇଥିବା ନୃତ୍ୟ, ମଡେଲିଂ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଅତିଥି ମାନେ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବ ବୋଲି ମତ ରଖିଥିଲେ । ସୂଚନାଯୋଗ୍ୟ ଯେ, ଅନୁଷ୍ଠାନର କର୍ମକର୍ତ୍ତା ମାନେ ବିଭିନ୍ନ ସରକାରୀ ବିଦ୍ୟାଳୟକୁ ଯାଇ ସେଠାରେ ପଢୁଥିବା ଛାତ୍ରଛାତ୍ରୀ ଯେଉଁମାନେ ବସ୍ତିରେ ରୁହନ୍ତି, ସେମାନଙ୍କ ମଧ୍ୟରୁ ୩୦ଜଣଙ୍କୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ଦେଇଥିଲେ । ବିଚାରକ ଭାବେ ଅମିଷା ସିଂ ରାଜପୁତ, ପ୍ରବୀଣ ଚାୱଡା, ବିଷ୍ଣୁପ୍ରିୟା ସ୍ୱାଇଁ, ବାପି ପଲାଇ ପ୍ରମୁଖ ଦାୟିତ୍ଵ ନିର୍ବାହ କରିଥିଲେ । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ କଲ୍ୟାଣୀ ଦାସ, ମୋହନ ପଟ୍ଟନାୟକ, ନିତାଞ୍ଜଳୀ ପରିଡ଼ା, ବିଜୁ ଦାସ, ସୈାମ୍ୟରଞ୍ଜନ ମହାରଣା, ରୋହିତ କୁମାର, ଚିନୁ ରାଉତ, ବବିତା ମହାରଣା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ କାର୍ଯ୍ୟକ୍ରମର ସଫଳତା ପାଇଁ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.