ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥିତ ଗୋଁଣ୍ଡୱାନା ଗୋଁଣ୍ଡ ଭବନଠାରେ ଆଜି ଅପରାହ୍ନ ୩.୧୫ମି ସମୟରେ ସ୍ୱାଧୀନତା ସଂଗ୍ରାମୀ ବୀର ପୁରୁଷ ସୁରେନ୍ଦ୍ର ସାଏଙ୍କ ୧୨୧ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ମୁଖ୍ୟବକ୍ତା ଭାବେ କୈାତୁକ ପନ୍ଦର ଯୋଗଦେଇ ତ୍ୟାଗୀ ବୀରଙ୍କ ଜୀବନୀ ଓ ଦେଶପ୍ରେମ ଭାବନା ତଥା ମାଟି ପାଇଁ ତାଙ୍କର ଉଲ୍‌ଗୁଲାନ୍‌ କିପରି ବର୍ତ୍ତମାନର ଯୁବପିଢି ତଥା ସମଗ୍ର ଜନତାଙ୍କୁ ପ୍ରେରିତ କରିବ ସେ ବିଷୟରେ ବକ୍ତବ୍ୟ ରଖିଥିଲେ । ଅନ୍ୟତମ ବକ୍ତାଭାବେ ଅଧ୍ୟାପକ ହୃଷୀକେଶ ଦାସ ସୁରେନ୍ଦ୍ରଙ୍କ ଜୀବନୀ ଆଜି ବି କିଭଳି ପ୍ରାସଙ୍ଗିକ ଓ ଚିରନ୍ତନ ତଥା ପ୍ରଭାବୀ ହୋଇପଡିଛି ସୂଚନା ଦେବା ସହ, ଦିବଂଗତ ବୀରଙ୍କ ପ୍ରଦର୍ଶିତ ମାର୍ଗ ଆମପାଇଁ ପ୍ରେରଣାରଉତ୍ସ ହେଉ ବୋଲି ବକ୍ତବ୍ୟରେ କହିଥିଲେ । ଦହିତ ଭୋଇ ସଭାରେ ସଭାପତିତ୍ୱ କରିଥିବା ବେଳେ, ଉମେଶ ଚନ୍ଦ୍ର ନାଏକ, ବିଶମ୍ବର ଧରୁଆ, ଘନଶ୍ୟାମ ପୂଜାରୀ, ଜଗନ୍ନାଥ ଧରୁଆ ପ୍ରମୁଖ ନିଜ ନିଜ ବକ୍ତବ୍ୟ ରଖିଥିବା ବେଳେ, ସଭାରେ ଗୋଁଣ୍ଡ ସଂପ୍ରଦାୟର ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଶେଷରେ ନୃପରାଜ ଭୋଇ ସମସ୍ତ ସଭାଜନଙ୍କୁ ଧନ୍ୟବାଦ ଦେଇ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ସଭାସାଙ୍ଗ କରିଥିଲେ ।

Leave A Reply

Your email address will not be published.