csstore

ଏକ୍ସନ କମିଟି ତରଫରୁ ଲଳିତ ନାୟକ ସ୍ମୃତିସଭା ଓ ରକ୍ତ ଦାନ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) :ଆଜି ସ୍ଥାନୀୟ ଆଇନ ମହାବିଦ୍ୟାଳୟ ପ୍ରାଙ୍ଗଣରେ ବଲାଙ୍ଗିର ଏକ୍ସନ କମିଟି ତରଫରୁ ଏକ ରକ୍ତ ଦାନ ଶିବିର ଆୟୋଜନ କରି ସାଥୀ ଲଳୀତ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସ୍ୱର୍ଗତ ଳଳିତ ନାୟକ ନିଜ କଲେଜ ଜୀବନରୁ ରକ୍ତଦାନ କାର୍ୟ୍ୟକ୍ରମରେ ଯୋଗଦାନ କରି ଆବଶ୍ୟକିୟ ରୋଗୀଙ୍କ ପାଇଁ ରକ୍ତ ଯୋଗାଇ ଆସୁଥିଲେ । ପରେ ପରେ ସେ ବିଭିନ୍ନ ସଂଗଠନକୁ ରକ୍ତଦାନ କରିବା ପାଇଁ ଉତ୍ସାହିତ କରିଥିଲେ । ଅନେକ ଅନୁଷ୍ଠାନ ସହିତ ଜଡି ହୋଇ ସେ ଜିଲ୍ଲାରେ ରକ୍ତ ଯେପରି ଅଭାବ ନହେବ ସେ ପ୍ରତି କାର୍ୟ୍ୟ କରି ଆସିଥୀଲେ । ଏପରିକି ଜିଲ୍ଲାରେ ରକ୍ତଦାନ କଥା ଚିନ୍ତା କଲେ ଲଳିତଙ୍କ ନାଁ ମନକୁ ଆପେ ଆପେ ଆସି ଯାଉଥଶଲା । ପ୍ରୟ ୮୦ ଥର ରକ୍ତଦାନ କରି ସେ ମୂଖ୍ୟମନ୍ତ୍ରୀଙ୍କ ଠାରୁ ମଧ୍ୟ ପୁରସ୍ଖାର ଗ୍ରହଣ କରିଥିଲେ । ତା’ ପରେ ମଧ୍ୟ ତାଙ୍କର ରକ୍ତଦାନ କାର୍ୟ୍ୟକ୍ରମ ବନ୍ଦ ହୋଇ ନଥିଲା ମୃତ୍ୟୁ ବେଳକୁ ସେ ପ୍ରାୟ ୧୫୦ଥରରୁ ଅଧିକ ଥର ରକ୍ତଦାନ କରି ସାରିଥିବା ବେଳେ ହଜାର ହଜାର ଲୋକଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ । ତେବେ ରକ୍ତ ଦାନ ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି ଏକ୍ସ କମିଟିର ଆବାହକ ଗୋପାଲଜୀ ପାଣୀଗ୍ରାହି । ତାଛଡା ବିଷ୍ଣୁ କେଡିଆ, ବିକ୍ରମ ବହିଦାର, ହେମନ୍ତ ପଣ୍ଡା, ପ୍ରମୋଦ ମିଶ୍ର, ରତନ ମହାରଣା, ମନୋରଞ୍ଜନ ସାହୁ, ସୋମନାଥ ମିଶ୍ର, ଶ୍ରୀକର ମିଶ୍ର, ଶଶି ପୁରୋହିତ, ସାଗରିକା ଗୁରୁ, ଗୋପାଳ ହୋତା, ଗୋପାଭୁଷଣ ନାଥ, ପ୍ରଭାକର ମିଶ୍ର, ନୀଳମଣି ମିଶ୍ର, ଭବାନୀ ଶତପଥି ଓ ବିଭୁ ଭୁଷଣ ତ୍ରିପାଠୀ ସ୍ୱର୍ଗତ ନାୟକଙ୍କ ବିଭିନ୍ନ ସାମାଜିକ ଦିଗ ସ୍ମୃତିଚାରଣ କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ । ଏହି ଅବସରରେ ନାଗରିକ କମିଟିର ସଭାପତି ରକ୍ତ ଦାନ ଶିବିର ଉଦଘାଟନ କରିଥିଲେ । ଏଥିରେ ପ୍ରାୟ ୫୦ ଜଣ ସ୍ୱତଃପ୍ରବୁତ୍ତ ଭାବେ ରକ୍ତଦାନ କରିଥିବା ସୂଚନା ମିଳିଛି ।

jayashree
Leave A Reply

Your email address will not be published.