ପଦ୍ମପୁର ରଜାପଡ଼ାରୁ ଭେଉଁ‌ରିଆ ଛକକୁ ବାଇପାସ୍ ରାସ୍ତା କରାଯାଉ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ସହରରେ ପ୍ରତ୍ୟେକ ଦିନ ଟ୍ରାଫିକ ସମସ୍ୟା ଦେଖା ଦେଉଛି । ବଲାଙ୍ଗୀର ଠାରୁ ପଦ୍ମପୁର ସହରକୁ ଆସିଥିବା ରାସ୍ତା ଭେଉଁ‌ରିଆ ଛକରୁ ନୂଆପଡ଼ା, ବରଗଡ଼, ଛତିଶଗଡ଼କୁ ସଂଯୋଗ କରିଥିବାରୁ ଲୋକଙ୍କର ନିତିଦିନ ଭିଡ଼ ହେଉଥିବାରୁ ସବୁ ଦିନ ଟ୍ରାଫିକ ସମସ୍ୟା ଦେଖା ଦେଉଛି ଓ ଦୁର୍ଘଟଣା ମଧ୍ୟ ଘଟୁଛି । ଏହାପ୍ରତି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ଯାଉନାହିଁ । ତେଣୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ରାସ୍ତାକୁ ତୁରନ୍ତ ବାଇପାସ୍ କରାଯିବା ପାଇଁ ଜନ ସାଧାରଣରେ ଦାବୀ ହୁଏ ।

Leave A Reply

Your email address will not be published.