ରାଉରକେଲା, (ସସ୍ମିତା ପ୍ରଧାନ) : ସୁବର୍ଣ୍ଣରେଖା ଓ ଫକୀରମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ଆନୁକୁଲ୍ୟରେ ବାସଭବନ ପରିସରରେ ଓଡିଆ ନବବର୍ଷ, ମହାବିଷୁବ ସଂକ୍ରାନ୍ତି ମହାସମାରୋହରେ ପାଳିତ ହୋଇଯାଇଛି । ଉତ୍ସବକୁ କବି ଚିତ୍ତରଞ୍ଜନ ବ୍ରହ୍ମା ଉଦଘାଟନ କରି ଓଡିଆ ସଂସ୍କୃତି ଓ ପରମ୍ପରା ରକ୍ଷା କରିବା ଦାୟିତ୍ୟ ଆମ୍ଭ ମାନଙ୍କର ବୋଲି ସମ୍ବୋଧିତ କରିଥିଲେ । ସଂଗଠନର ମହିଳାମାନେ ଏତେ ପରିମାଣରେ ସକ୍ରିୟ ଦେଖି ସନ୍ତୋଷ ବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା କବି ଡଲି ରାଣୀ ବ୍ରହ୍ମା ପୁରୁଷ ଏବଂ ମହିଳା ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ପ ହୋଇଥିବାରୁ ଉଭୟ ପରସ୍ପରର ପରିପୂରକ ଯାହାଫଳରେ ଅନୁଷ୍ଠାନ ପ୍ରଗତିଶୀଳ ହେବା ସମ୍ଭବ ହୋଇପାରିଛି ବୋଲି ମତ ରଖିଥିଲେ । ଅନୁଷ୍ଠାନର ସମୟାନୁବର୍ତ୍ତିତା ଏବଂ କର୍ମତତ୍ପରତା ସେ ଅଧିକ ସନ୍ତୋଷ ପ୍ରକାଶ କରିଥିଲେ । ଅନୁଷ୍ଠାନର ସଭାପତି ମନୋରଞ୍ଜନ ଦାସ ସଭାରେ ଅଧ୍ୟକ୍ଷତା କରି ସଦସ୍ୟ,କର୍ମକର୍ତ୍ତାଙ୍କ ପ୍ରଚେଷ୍ଟାରେ ଅଧିକୃତ ନିଜସ୍ୱ ଜମି ଅଧିଗ୍ରହଣ ଠାରୁ ବିଭିନ୍ନ ଲୋକହିତକର କାର୍ଯ୍ୟର ବ୍ୟାଖ୍ୟା କରିଥିଲେ । ମଞ୍ଚାସୀନ ସହ ସାଧାରଣ ସମ୍ପାଦକ ମହେନ୍ଦ୍ର ମହାଳିକ ଅନୁଷ୍ଠାନର କଳାତ୍ମକ କାର୍ଯ୍ୟଶୈଳୀର ଏକ ସକ୍ଷିପ୍ତ ବିବରଣୀ ସହ ସଦସ୍ୟ, ସଦସ୍ୟାଙ୍କ ବାଲେଶ୍ୱର ମାଟିର କଳାତ୍ମକ ଗୁଣକୁ ଅଭିନୟ ମାଧ୍ୟମରେ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି ବୋଲି ସୂଚନା ପ୍ରଦାନ କରିଥିଲେ । ସାଂସ୍କୃତିକ ସଂପାଦକ ରାଜୀବ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । କମଳ ଲୋଚନ ଗାଁରୁଙ୍କ ସଂଯୋଜନାରେ କବିମାନେ ସ୍ୱରଚିତ କବିତା ପାଠ କରିଥିଲେ । ଏହି ଅବସରରେ ସମସ୍ତଙ୍କ ମଧ୍ୟରେ ପଣା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କେ କେ ପଣ୍ଡା, ପି ମହାରଣା, ଅନୀଲ ଦାଶ, ଶ୍ରୀକାନ୍ତ ଦାସ, ମଧୁସୂଦନ ବେଜ, କେ ଏନ ଦେଓ, ଅଜିତ ମହାପାତ୍ର, ବି ବି ରଣା, ସୁବ୍ରତ ଜେନା, ବିକାଶ ସାହାଣୀ, ଚିତ୍ତରଞ୍ଜନ ବାରିକ, ଦୀପକ ପାଳ, ନାରାୟଣ ମହାନ୍ତି, ନିରଞ୍ଜନ ଶତପଥି, ବ୍ରଜ ପରିଡା, ଦେବଜାନୀ ଘୋଷ, ଛବିରାଣୀ ପ୍ରଧାନ , ଭକ୍ତିମୟୀ ମହାଳିକ, ବନଜା ଦାସ, ସଲୀଳ ଦାସ, ଡାକ୍ତର ସାନ୍ତାନା ପରିଡା, ଶ୍ରୀମତୀ ରଣା, ରଶ୍ମିରେଖା ବାରିକ, ଜ୍ୟୋସ୍ନାରାଣୀ ଦେଓ, ମଞ୍ଜୁଲତା ଶତପଥି, ଭାଗ୍ୟଲକ୍ଷ୍ମୀ ପାତ୍ର ଓ ଅନ୍ୟମାନେ ସହଯୋଗ କରିଥିଲେ । ଶେଷରେ ଆଇନଜୀବୀ ଗୀତାଞ୍ଜଳି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post
Next Post