oom

ଗଣ୍ଡାବଜା ପତ୍ରିକା ତରଫରୁ ବାବା ସାହେବ ଆମ୍ବେଦର ଜୟନ୍ତୀ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ କାଲି ଖବର କାଗଜ ଗଣ୍ଡାବଜା ତରଫରୁ ଭାରତ ରତ୍ନ ବାବା ସାହେବ ଡ. ଭିମ ରାଓ ଆମ୍ବେଦକରଙ୍କ ୧୩୪ ତମ ଜନ୍ମ ବାର୍ଷିକ ପି.ପି. ଏକାଡେମୀର ସଭାଗୃହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବରିଷ୍ଠ ଆଇନଜିବୀ ଅମରେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି, ବିଶିଷ୍ଟ ସୂଚନା କର୍ମୀ ହେମନ୍ତ ପଣ୍ଡା ମୁଖ୍ୟବକ୍ତା, ବରିଷ୍ଠ ରାଜନେତା ଲକ୍ଷ୍ମଣ କୁମାର ମେହେର, ସମ୍ମାନିତ ଅତିଥି ବରିଷ୍ଠ ରାଜନେତା ପାଣ୍ଡବ କୁମ୍ଭାର, ସମ୍ମାନିତ ଅତିଥି ରାଜନେତା ବିଧୂଭୂଷଣ ତ୍ରିପାଠି, ଉପାଧ୍ୟକ୍ଷା ଦେଓଗାଁ ବ୍ଲକ ସୂର୍ଯ୍ୟକାନ୍ତି ଛାତ୍ରିଆ, ଯୁବ ନେତା ଗଣେଶ ସାହୁ ଯୋଗ ଦେଇଥିଲେ । ଆଇନ ସମସ୍ତଙ୍କ ପାଇଁ ସମାନ ହୋଇରହି ନାହିଁ ବୋଲି ମୁଖ୍ୟ ଅତିଥି ମତ ଦେଇଥିବା ବେଳେ ସମ୍ବିଧାନ ସବୁ ଧର୍ମଗ୍ରନ୍ଥରୁ ବହୁ ଉର୍ଦ୍ଧରେ ବୋଲିି ମୁଖ୍ୟବକ୍ତା କହିଥିଲେ । ସମସ୍ତ ଅତିଥି ବର୍ତ୍ତମାନ ଦେଶର ରାଜନୈତିକ ପରିସ୍ଥିତି ବାବା ସାହେବଙ୍କ ସମାଜ ପ୍ରତି ଅବଦାନ ଓ ପ୍ରାଞ୍ଜଳ ଭାବରେ ଉପସ୍ଥାପନ କରିଥିଲେ । ଏହି ଉପଲକ୍ଷେ ମାନବିକ ଅଧିକାର କର୍ମୀ ତ୍ରିଲୋଚନ ପୁଞ୍ଜି, ବାଳୁକା ଶିଳ୍ପୀ ଓମ୍‌ ପ୍ରକାଶ ସାହୁ, ରାଜନେତ୍ରୀ ମିଳନୀ ସାହୁ, ବିଶିଷ୍ଟ କଳାକାର ଭରତ ନାଗ, ସାମ୍ବାଦିକ ଦେବାଶିଷ ମିଶ୍ର, ବ୍ୟବସାୟୀ ସୀତାରାମ ବାରିକଙ୍କୁ ବିଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ଅଂଚଳରୁ ଆମ୍ବେଦକର ପ୍ରେମୀ, ବୁଦ୍ଧିଜିବୀ ଯୋଗଦାନ କରିଥିଲେ । ତ୍ରିଲୋଚନ ନନ୍ଦ ଅଧ୍ୟକ୍ଷତା ସହ ସଭା ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.