centurian jitm

ମୁରିବାହାଲ ବ୍ଲକସ୍ତରୀୟ ଭୀମ ଆର୍ମି ସଂଗଠନ ପକ୍ଷରୁ ବାବା ସାହେବଙ୍କ ୧୩୪ତମ ଜନ୍ମ ଜୟନ୍ତୀ ପାଳିତ

nschool

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକସ୍ତରୀୟ ଭୀମ ଆର୍ମି ସଂଗଠନ ପକ୍ଷରୁ ବାବା ସାହେବ ଡ. ବି ଆର୍ ଆମ୍ବେଦକରଙ୍କ ୧୩୪ତମ ଜନ୍ମ ଜୟନ୍ତୀ (ଆମ୍ବେଦକର ଜୟନ୍ତୀ)ଧୁମଧାମର ସହ ପାଳିତ ହୋଇଯାଇଛି । ଏହା ଭବ୍ୟ ଆକାରରେ ବ୍ଲକ ଅଞ୍ଚଳର ପ୍ରାୟ ସାତଶହ ଲୋକଙ୍କୁ ନେଇ ମୁରିବାହାଲ ବ୍ଲକସ୍ତରୀୟ କାର୍ଯ୍ୟକ୍ରମ ବହୁତ ଧୁମଧାମରେ ପାଳିତ ହୋଇଯାଇଛି । ସ୍ଥାନୀୟ ଘଣ୍ଟବାହାଲ ଖେଳପଡିଆରୁ ପ୍ରାୟ ତିନିଶହ ବାବା ସାହେବ ପ୍ରେମୀ ବାଇକ୍ ରେଲି ଓ ନାଚ ଗୀତ ସହ ବାହାରି ସମଗ୍ର ମୁରିବାହାଲ ଗ୍ରାମ ପରିକ୍ରମା କରିଥିଲେ । ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ବାବା ସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳନ କରିଥିଲେ । ଏଥିରେ ବହୁ ନେତ୍ରୁସ୍ଥାନୀୟ ବ୍ୟକ୍ତି ଯୋଗ ଦେଇଥିଲେ । ବାଇକ୍ ଓ ପଦଯାତ୍ରା ପରେ ସଭା କାର୍ଯ୍ୟଆରମ୍ଭ ହୋଇଥିଲା । ମୁଖ୍ୟଅତିଥି ଭାବେ ସମାଜସେବୀ ନରସିଂହ ସିଂ, ସମ୍ମାନିତ ଅତିଥି ଭାବରେ ଓଏଲଏମ ବିପିଏମ୍ ଡ ଗୋପାଳ କୃଷ୍ଣ ଦୀପ, ବ୍ଲକ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ବିଭୀଷଣ ମହାନନ୍ଦ, ବିଜେଡି ନାରୀନେତ୍ରୀ ନିରୁପମା ମାଝୀ, ଆଇନଜୀବୀ ରଶ୍ମିତା ମହାନନ୍ଦ, ଉମାବଲ୍ଲଭ ବେନିଆ, ବରିଷ୍ଠ ପ୍ରଧାନଶିକ୍ଷକ ତରୁଣ ସିଂ ଦୀପ ପ୍ରମୁଖ ମଞ୍ଚାସିନ ରହି ବାବା ସାହେବଙ୍କ ଜୀବନୀ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ମୁରିବାହାଲ ବ୍ଲକ ଭୀମ ଆର୍ମି ସଂଗଠନର ସଭାପତି ସୁରେନ୍ଦ୍ର ଛୁରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଭାରେ ବାବା ସାହେବଙ୍କ ସଂଘର୍ଷ, ଜୀବନୀ ଓ ତାଙ୍କ ଚିନ୍ତାଧାରା ବିଷୟରେ ମଞ୍ଚାସିନ ଅତିଥିବୃନ୍ଦ ଉଦବୋଧନ ଦେଇ ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ଶେଷରେ ରାଧାକାନ୍ତ ବାଗ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା କାର୍ଯ୍ୟ ସମାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁରିବାହାଲ ସରପଞ୍ଚ ବିଶ୍ୱବିହାରୀ ଯୋଶୀ ମଧ୍ୟ ଯୋଗଦାନ କରି ସମସ୍ତଙ୍କୁ ଏକଜୁଟ ରହି ଭାଇଚାରାରେ ଆଗକୁ ବଢ଼ିବା ବୋଲି ମତବ୍ୟକ୍ତ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଦିବାସୀ କଳା ସଂସ୍କୃତି, ନୃତ୍ୟ ଗୀତରେ ମାହୋଲ ସରଗରମ ହେବା ସହ କାର୍ଯ୍ୟକ୍ରମଟି ବହୁ ଆନନ୍ଦ ଉଲ୍ଲାସରେ ଶେଷ ହୋଇଥିଲା । ଏହି ବ୍ଲକସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ ସମସ୍ତ ୨୨ଟି ପଞ୍ଚାୟତର ଭୀମ ଆର୍ମି ସଦସ୍ୟମାନେ ଯୋଗଦେଇଥିଲେ ।

Leave A Reply

Your email address will not be published.