oom

ବୀଣାପାଣି ଯୁବକ ସଂଘ ପକ୍ଷରୁ ଗୋରୁବଜାର ପଡ଼ାରେ ଶ୍ରୀ ଶ୍ରୀ ହନୁମାନ ଜନ୍ମ ଉତ୍ସବ ଧୁମ୍‌ଧାମ୍‌ରେ ପାଳିତ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ଼ ଗୋରୁବଜାର ପଡ଼ାରେ ବୀଣାପାଣି ଯୁବକ ସଂଘ ପକ୍ଷରୁ ଶ୍ରୀ ଶ୍ରୀ ହନୁମାନ ଜନ୍ମ ଉତ୍ସବ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ପଣ୍ଡିତ ଶଙ୍କର ଲାଲ ଶର୍ମାଙ୍କ ଦ୍ଵାରା ସକାଳୁ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟାରେ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା । ପୂଜାରେ ଯୁଧିଷ୍ଠିର ତାଣ୍ଡି ଓ ସପତ୍ନି କଲ୍ୟାଣୀ ତାଣ୍ଡି ବସିଥିଲେ । ଏହି ଜନ୍ମ ଉତ୍ସବ ପାଳନ ଅବସରରେ ସନ୍ଧ୍ୟାରେ ଏକ ସଭା ସହ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ର ପୂର୍ବତନ ନଗରପାଳ ତଥା ବରିଷ୍ଠ ବିଜେପି ନେତା ଶୁଭ୍ରାଂଶୁ ଦାସ, ସମ୍ମାନିତ ଅତିଥି ଭାବେ ସମାଜ କଲ୍ୟାଣ ପରିଷଦର ସଭାପତି ପ୍ରମୋଦ ସରାଫ, ପୂର୍ବତନ ସରପଞ୍ଚ ସଂଘ ସଭାପତି ପ୍ରଦୀପ ସାହୁ, ବଙ୍ଗାଳୀ ସମାଜର ସଭାପତି ଶେଖର ସିନ୍ନା, ଛକୋର୍ ଘାସି ସମାଜର ସଭାପତି ବିନୋଦ ଭରାସାଗର, ସମ୍ପାଦକ ସହେଦେବ ସିନ୍ଦୂର, ସମାଜସେବୀ ସୁଧୀର ଘଡେ଼ଇ ମଞ୍ଚାସୀନ ହୋଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶୁଭ୍ରାଂଶୁ ଦାସ ଏହି ସୁନ୍ଦର ଆୟୋଜନ କରିଥିବାରୁ ବୀଣାପାଣି ଯୁବକ ସଂଘର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ହନୁମାନ ଭଳି ନିଜର ଚରିତ୍ର ଗଠନ କର, ଯାହାକୁ ସମ୍ମାନ ଦେଉଛ ହୃଦୟ ଭିତରୁ ସମ୍ମାନ ଦିଅ, ତା’ହେଲେ ତୁମେ ପ୍ରକୃତରେ ରାମଭକ୍ତ ହନୁମାନଙ୍କ ଭଳି ପ୍ରସିଦ୍ଧି ଲାଭ କରିବ ବୋଲି ଉପସ୍ଥିତ ଯୁବପିଢ଼ିକୁ କହିଥିଲେ । ସେହିପରି ଅର୍ଦ୍ଧ ନିର୍ମିତ ମନ୍ଦିର ନିର୍ମାଣ ପାଇଁ ବିଧାୟକ ନବୀନ ଜୈନ ପାଞ୍ଚ ଲକ୍ଷ ଟଙ୍କାର ଅନୁଦାନ ରାଶି ପ୍ରଦାନ କରିଛନ୍ତି ବୋଲି କହିଥିଲେ । ସଞ୍ଜୀବ ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ । ସଭା ସରିବା ପରେ ମାଁ ଭଗବତୀ ଭଜନ ସନ୍ଧ୍ୟା ଗ୍ରୁପ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ କମିଟିର ସଭାପତି ଦୁର୍ଗା ପ୍ରସାଦ ସୁନା, ସମ୍ପାଦକ ପୂର୍ଣ୍ଣ ମାଛଖଣ୍ଡ, କୋଷାଧ୍ୟକ୍ଷ ଚୁଡ଼ାମଣି କୁମ୍ଭାର, ବରିଷ୍ଠ ସଦସ୍ୟ ନରେନ୍ଦ୍ର ମହାରଣା, ରତନ ଭରାସାଗର, ଜ୍ୟୋତି ବାଗ, ଗୁରିଆ ସୁନା ଓ ଅନ୍ୟାନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.