ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ, ଅଭିଯୁକ୍ତ ଫେରାର

ଭଦ୍ରକ : ରାଜ୍ୟରେ ବଢିଚାଲିଛି ନକଲି କାରବାର । ପ୍ରଥମେ କଟକ, ପରେ ଭୁବନେଶ୍ୱର ଏବଂ ପର୍ଯ୍ୟାୟକ୍ରମେ ଯାଜପୁର, ଭଦ୍ରକ, ଗଞ୍ଜାମ ଜିଲ୍ଲାରୁ ନକଲି ଖାଦ୍ୟ ପ୍ରସ୍ତୁତି ସାମଗ୍ରୀର କାରଖାନା ଠାବ ହୋଇଛି । ଶନିବାର ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ଅନ୍ତର୍ଗତ ଛଡ଼ାକମହଲା ଅଞ୍ଚଳରେ ଏକ ଘରେ ନକଲି ଜ଼ର୍ଦ୍ଦା କାରଖାନା ଚାଲୁଥିବା ପୋଲିସ ଖବର ପାଇଥିଲା । ଏନେଇ ପୁରୁଣାବଜାର ପୋଲିସର ଏକ ଟିମ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲେ। ସେଠାରୁ ବିପୁଳ ପରିମାଣରେ ନକଲି ଜ଼ର୍ଦ୍ଦା, ବିଭିନ୍ନ ନାମିଦାମୀ କମ୍ପାନୀର ଲୋଗୋ, ଯନ୍ତ୍ରାଂଶ ସହ ଏଥିରେ ବ୍ୟବହୃତ ଅନେକ ସାମଗ୍ରୀ ଜବତ କରାଯାଇଛି । କିନ୍ତୁ ଏହି ନକଲି ଜ଼ର୍ଦ୍ଦା କାରବାରରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି । ଘଟଣାସ୍ଥଳରୁ ପୋଲିସ ଆଖିରେ ଧୂଳି ଦେଇ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଛି ।

Leave A Reply

Your email address will not be published.