oom

ମାଁଙ୍କ ନବକଳେବର ସହ ନଗର ଭ୍ରମଣ କାର୍ଯ୍ୟକ୍ରମ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୬ ସ୍ଥିତ ଓଡ଼ିଶାର ମାଁ ତାରାତାରିଣୀଙ୍କ ଦ୍ୱିତୀୟ ପୀଠରେ ଅବସ୍ଥିତ ଥିବା ମାିଁଙ୍କ ନବକଳେବର ହେବା ସହ ନଗର ଭ୍ରମଣ କାର୍ଯ୍ୟକ୍ରମ ଚାଲୁଅଛି । ଏହା ଶିଳ୍ପାଞ୍ଚଳଠାରୁ ଆରମ୍ଭ କରି ଝିରପାଣି, ଜଗଦା, କୋଏଲ ନଗର, ଇସ୍ପାତ ସହରାଞ୍ଚଳ, ଛେଣ୍ଡ କଲୋନୀ ସମେତ ପାନପୋଷ ସ୍ଥିତ ବାଲୁଘାଟ, ଉଦିତ ନଗର, ବାସନ୍ତୀ କଲୋନୀ, ବନ୍ଧମୁଣ୍ଡା ଇତ୍ୟାଦି ମାନଙ୍କ ଠାରେ ଭ୍ରମଣର କାର୍ଯ୍ୟକ୍ରମ ଚାଲୁଅଛି । ଉକ୍ତ ଭ୍ରମଣ ସମୟରେ ମାଁ ଙ୍କୁ ଦର୍ଶନ କରିବା ପାଇଁ ବହୁ ଶ୍ରଦ୍ଧାଳୁ ଭକ୍ତଗଣ ଭିଡ ହେବାର ଲକ୍ଷ୍ୟ କରାଯାଉଛି । ଏହା ଅନୁଷ୍ଠାନର ବରିଷ୍ଠ ସଦସ୍ୟ ବିଜୟ ଚନ୍ଦ୍ର ପାଢ଼ୀଙ୍କ ତତ୍ୱାବଧାନରେ ହେବା ସହ ଅନୁଷ୍ଠାନର ସମ୍ପାଦକ ମନୋରଞ୍ଜନ ତ୍ରିପାଠୀ, କୋଷାଧ୍ୟକ୍ଷ ସୁବାସ ଚନ୍ଦ୍ର ପାଢ଼ୀ ସମେତ ରମାକାନ୍ତ ମହାରଣା, ଭାସ୍କର ନନ୍ଦ, ମୀନକେତନ ନନ୍ଦ, ପ୍ରଶାନ୍ତ ପଣ୍ଡା, ବିଶ୍ଵଜିତ ଜେନା, ଅର୍ଜୁନ ପଣ୍ଡା, ଶ୍ରବଣ କୁମାର ଦଳାଇ, ସୁଶାନ୍ତ କୁମାର ଦଳାଇ,ଅଭୟ ମହାପାତ୍ର, ଅମରନାଥ ଜେନା, ମହେନ୍ଦ୍ର ସାହୁ, ଭାଗିରଥି ସାହୁ, ଯୋଗେନ୍ଦ୍ର ପଣ୍ଡା ଓ ପୂଜକ ଶିବ ପ୍ରସାଦ ଦାଶ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.