oom

ବ୍ଲକ ସ୍କୁଲ କ୍ରୀଡା ସଙ୍ଘ ତରଫରୁ ବାର୍ଷିକ ସମୀକ୍ଷା ବୈଠକ

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲ ବ୍ଲକର ଫୁଳକିମୁଣ୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବାର୍ଷିକ କ୍ରୀଡ଼ା ସମୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ସଭା ଅବସରରେ ମୁଖ୍ୟ ଅତିଥି ଭାବରେ ଡିପିଇଓ ପ୍ରଦୀପ କୁମାର ପାତ୍ର ଓ ଖପ୍ରାଖୋଲ ଗୋଷ୍ଠି ଶିକ୍ଷା ଅଧିକାରୀ ତଥା ବ୍ଲକ ସ୍ପୋର୍ଟସ ସଂଘର ସଭାପତି ଚୂଡାମଣି ବାରିକ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ପୂର୍ବତନ ଆଇପିଇଓ ଅନ୍ତର୍ଯ୍ୟାମୀ ମିଶ୍ର ଯୋଗ ଦେଇଥିଲେ । ଏହି ବ୍ଲକ ସ୍ତରୀୟ ସମୀକ୍ଷାରେ ସଂଘର ସଂପାଦକ ରଜତ କୁମାର ଦାଶ ୨୦୨୪-୨୫ ଆର୍ଥିକ ବର୍ଷର ବିବରଣୀ ପାଠ କରିଥିଲେ । ଏହାସହିତ ଆର୍ଥିକ ବର୍ଷର ସମସ୍ତ ନଥିପତ୍ର ସମୀକ୍ଷା କରାଯାଉଥିଲା । ଏହି ଅବସରରେ ରାଜ୍ୟ ଓ ଜିଲ୍ଲା ସ୍ତରରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ବ୍ଲକ୍ ସ୍ପୋର୍ଟସ ସଙ୍ଘ ତରଫରୁ ସମ୍ମାନିତ କରାଯାଇଥିଲା । ସଙ୍ଘ ତରଫରୁ ବ୍ଲକ ସ୍ତରରେ କ୍ରୀଡ଼ା ଉପରେ ଗୁରୁତ୍ୱ ଦେବା ସହିତ ଆଗକୁ ଯେପରି ବହୁ ସଂଖ୍ୟକ ଛାତ୍ରଛାତ୍ରୀ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ରାଜ୍ୟ ତଥା ଜାତୀୟ ସ୍ତରରେ ପ୍ରଶଂସିତ ହୋଇ କୃତିତ୍ୱ ଅର୍ଜନ କରିବେ ସେ ନେଇ ସଙ୍ଘ ତରଫରୁ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏହି ସମୀକ୍ଷା ବୈଠକକୁ ତେଲେନପାଲି ନବରତ୍ନ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ପ୍ରମୋଡ କୁମାର ବାଗ ପରିଚାଳନା କରିଥିବା ବେଳେ ଖପ୍ରାଖୋଲ ବ୍ଲକରେ ଥିବା ସମସ୍ତ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ମାନେ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.