csstore

ନଅଗାଁ (ଖ) ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ଆୟୋଜିତ ମିଶ୍ରଣ ପର୍ବରେ ବିଭିନ୍ନ ଦଳର କର୍ମୀ ହେଲେ ବିଜେପିରେ ସାମିଲ

ଲୋଇସିଂହା, (କେପିଏନ୍‌ଏସ୍‌) : ଭାରତୀୟ ଜନତା ପାର୍ଟିର ୪୬ତମ ପ୍ରତିଷ୍ଠା ଦିବସ ଅବସରରେ ନଅଗାଁ (ଖ) ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେପି ଦଳର ନୀତି ଓ ଆଦର୍ଶ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ଵରେ ଅନୁପ୍ରାଣିତ ହୋଇ ବିଭିନ୍ନ ଦଳର କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ସମସ୍ତଙ୍କୁ ବିଜେପି ପରିବାରକୁ ସ୍ଵାଗତ ଜଣାଉଛି । ଆପଣ ସମସ୍ତଙ୍କ ଯୋଗଦାନ ଦଳକୁ ଆହୁରି ସୁଦୃଢ କରିବାରେ ନିଶ୍ଚିତ ଭାବେ ସହାୟକ ହେବ ବୋଲି ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି । ପୂର୍ବତନ ନାଏବ ସରପଞ୍ଚ ପାଣ୍ଡବ ପୁଟେଲଙ୍କ ସହ ସୁଶୀଲ ସାହୁ, କିଶୋର ସାହୁ, ପୃଥୀରାଜ ସାହୁ, ସୁରେନ୍ଦ୍ର ସାହୁ, ବଳରାମ ସାହୁ, ମନୋରଞ୍ଜନ ସାହୁ, ପ୍ରେମାନନ୍ଦ ସାହୁ, ଇଶ୍ଵର ବଗତ୍‌ର୍ତ୍ତି, ପବିତ୍ର ସାହୁ, କୁଳଦୀପ ଭୋଇ, ନୀଳକାନ୍ତ ସାହୁ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି ।

jayashree
Leave A Reply

Your email address will not be published.