centurian jitm

୪ ଦିନିଆ ଶିକ୍ଷା ସଚେତନତା ରଥ ସଫଳତା ସହ ସମାପନ

ପଦ୍ମପୁର, (ନିରୋଜ କୁମାର ପାଣୀ) : କରୋନା ସମୟରେ ଶିକ୍ଷା ବ୍ୟବସ୍ଥା ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । ଶିକ୍ଷାପାଇଁ ଜନସଚେତନତା ସୃଷ୍ଟି କରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ବରଗଡ଼ ଜିଲ୍ଲାର ପାଇକମାଲ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପାଇକମାଲରୁ ୨ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଶିକ୍ଷା ସଚେତନତା ରଥ ବାହାରିଥିଲା ଯାହା ପାଇକମାଲର ସମସ୍ତ ପଞ୍ଚାୟତର ସ୍କୁଲ ତଥା ଗ୍ରାମ ଗୁଡିକରେ ପହଞ୍ଚିଥିଲା । ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶୁଭମ ପତି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଧେଶ୍ୟାମ ମେହେର ଏବଂ ବିଆରସିସି ଧଲେନ୍ଦ୍ର ବାରିକଙ୍କ ତତ୍ୱାବଧାନରେ ସଫଳତା ସହିତ ଶନିବାର ଦିନ ପରିସମାପ୍ତି ହୋଇଛି । ଏଥିରେ ସିଆରସିସି ରଞ୍ଜନ ବାଗ ,ବିଜୟ କୁମାର ସ୍ୱାଇଁ, ଉଗ୍ରସେନ ପ୍ରଧାନ କନିଷ୍ଠ ସହାୟକ ଉମାକାନ୍ତ ପଟେଲ ଓ ରାମଚନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ସଫଳ ରୂପାୟନ ପାଇଁ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଦୀର୍ଘ ଚାରିଦିନ ପର୍ଯ୍ୟନ୍ତ ସଚେତନତା ରଥ ପାଇକମାଳରୁ ବାହାରି ବ୍ଲକର ସମସ୍ତ ବିଦ୍ୟାଳୟ ତଥା ଗ୍ରାମ ଗୁଡିକରେ ପରିକ୍ରମା କରି ଲୋକଙ୍କୁ ଶିକ୍ଷା ସମ୍ବନ୍ଧୀୟ ସଚେତନ ବାର୍ତ୍ତା ପ୍ରଚାର ପ୍ରସାର କରିବାରେ ସଫଳତା ହାସଲ କରିଅଛି । ଏହାର ସୁପରିଚାଳନା ପାଇଁ ସିଆରସିସି ମାନଙ୍କୁ ବିଭିନ୍ନ ଦଳରେ ବିଭକ୍ତ କରି ସଂଯୋଜନା ଦାୟିତ୍ୱ ଦିଆଯାଇଥିଲା । ଆଜି ଶେଷ ଦିବସରେ ସଚେତନତା ରଥ ଢୁଡକିଝରିଆ ସିଆରସିସି ବ୍ରଜକିଶୋର ଜେନାଙ୍କ ନେତୃତ୍ୱରେ କ୍ଲଷ୍ଟରର ସମସ୍ତ ସ୍କୁଲରେ ପହଞ୍ଚିବା ପରେ ରଥକୁ ଭବ୍ୟ ସ୍ଵାଗତ କରି ମାଳପଡା କ୍ଲଷ୍ଟରକୁ ପ୍ରବେଶ କରି ସମସ୍ତ ସ୍କୁଲକୁ ସଚେତନତା ରଥ ପହଞ୍ଚି ଥିଲା । ଛିନ୍ଦେଇକେଲା ଠାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଧେଶ୍ୟାମ ମେହେର, ସିଆରସିସି ଉଗ୍ରସେନ ପ୍ରଧାନ,ସନ୍ତୋଷ ମେହେର ଏବଂ ସରପଞ୍ଚ ପ୍ରତିନିଧି ତଥା ଗ୍ରାମବାସୀ ସ୍ଵୟଂ ସହାୟକ ଗୋଷ୍ଠୀ ଛାତ୍ରଛାତ୍ରୀ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଜାମସେଠ, ପତ୍ରାଗୁଡା, ଟେମରିମାଲ, ଖରାମାଲ, ଡୁଡକିଝରିଆ, ଜଳଗଡ, ମଖନାମୁଣ୍ଡା, ଝାରବନ୍ଧ, ଛିନ୍ଦେଇକେଲା ମାଳପଡା, ସରଗିଡିହି ଗ୍ରାମରେ ଅବସ୍ଥିତ ବିଦ୍ୟାଳୟରେ ରଥ ପରିକ୍ରମା କରିବା ସହିତ ଧାରୋଲ ଗ୍ରାମରେ ଉଦଯାପିତ ହୋଇଯାଇଛି । ଏହି ଅବସରରେ ଗ୍ରାମ ଗୁଡିକରେ ଗ୍ରାମବାସୀ, ସ୍ଵୟଂସହାୟକ ଗୋଷ୍ଠୀ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ୧୫ ଜଣ ସିଆରସିସି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଜ ନିଜ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟରେ ସଚେତନତା ରଥକୁ ପହଞ୍ଚିବା ସହ କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ବ୍ଲକ ଶିକ୍ଷାଧିକାରୀ ଶୁଭମ ପତି ଏବଂ ଏ ବିଇଓ ରାଧେଶ୍ୟାମ ମେହେର ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.