lika

ମା’ ଦୁର୍ଗା ବଡେ଼ଇ ମହାସଂଘ ନୂତନ କର୍ମକର୍ତ୍ତା ଚୟନ

gbag

କୋରାପୁଟ, (ସୁନାମ ହନ୍ତାଳ) : କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ କାଡାମଗୁଡା ନିକଟସ୍ଥ ଗୁରୁ ଫାର୍ମହାଉସ ଠାରେ ନୂତନ ଭାବେ ମା’ ଦୁର୍ଗା ବଡେ଼ଇ ମହାସଂଘର କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଟ୍ଟାଙ୍ଗି, ଶୁଙ୍କି, ନନ୍ଦପୁର, ସେମିଳିଗୁଡା, ଦାମନଯୋଡି, ପାଡୁଆ ଏବଂ ବିଭିନ୍ନ ଅଞ୍ଚଳର ବଡେ଼ଇ ମହାସଂଘରେ ଯୋଗ ଦେଇଛନ୍ତି । ଉକ୍ତ ବୈଠକରେ ସଂଘର ଦାୟିତ୍ୱ କାର୍ଯ୍ୟ ନିର୍ବାହରେ ରକ୍ତଦାନ, ରୋଗୀ ଚିକତ୍ସା, ଜଳଛତ୍ର, ପାଣ୍ଠି ଜମା କରି ସଭ୍ୟଙ୍କୁ ସାହାଯ୍ୟ କରିବା ଏପରି ଆଗାମୀ ଦିନରେ ଅନେକ ସମାଜ ସେବା କାମରେ ଲିପ୍ତ ରହିବେ ବୋଲି ସଂଘର କର୍ମକର୍ତ୍ତା ସୂଚନା ଦେଇଛନ୍ତି । ଏହି ମହାସଂଘରେ ଚୟନ ହୋଇଥିବା ନୂତନ କର୍ମକର୍ତ୍ତା ମଧ୍ୟରେ ସଂଘର ସଭାପତି ଭାବେ କିଶୋର ଟାକ୍ରୀ, ଉପ ସଭାପତି କପିଳ ନାୟକ, ସମ୍ପାଦକ କୋମଳ ଲୋଚନ ଗୋଲରୀ, ସହ ସମ୍ପାଦକ ତ୍ରିପତି ପାଙ୍ଗି, କୋଷାଧ୍ୟକ୍ଷ ଧନପତି ଚୋପାଡ଼ିଙ୍କୁ ଚୟନ କରିବା ସହ ସ୍ୱାଗତ ଜଣାଯାଇଥିଲା । ତେବେ ନୂତନ କର୍ମକର୍ତ୍ତା କହିଛନ୍ତି ଯେ, ଆଗାମୀ ଦିନରେ ଅନେକ ସମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯିବ ।

sandip
Leave A Reply

Your email address will not be published.