
ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା, ଇସ୍ପାତ ନଗର କମିଟି, ସେକ୍ଟର ୩ ଓ ହାଇଟେକ୍ ମେଡିକାଲ କଲେଜ, ରାଉରକେଲା ର ମିଳିତ ଆନୁକୂଲ୍ୟରେ ନିଃଶୁଳ୍କ ମେଗା ସ୍ୱାସ୍ଥ୍ୟ ପରାମର୍ଶ ଶିବିର ସେକ୍ଟର ୩ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଥିବା ଖଡ୍ଗ ଭବନ ଠାରେ ଆସନ୍ତା ୩୦ ତାରିଖ ରବିବାର ଦିନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଶିବିରରେ ଚକ୍ଷୁ ରୋଗ ବିଶେଷଜ୍ଞ, ଭେଷଜ ରୋଗ ବିଶେଷଜ୍ଞ, ଅସ୍ତ୍ରୋପଚାର ବିଶେଷଜ୍ଞ, ଶିଶୁ ରୋଗ ବିଶେଷଜ୍ଞ, ହାଡ ରୋଗ ବିଶେଷଜ୍ଞ, ଗ୍ୟାଷ୍ଟିକ ବିଶେଷଜ୍ଞ ମାନେ ଯୋଗଦେବେ ବୋଲି ହସ୍ପିଟାଲ ତରଫରୁ ସୂଚନା ମିଳିଛି । ଏହାସହ ଆବଶ୍ୟକୀୟ ପରାମର୍ଶ ମଧ୍ୟ ଦିଆଯିବ । ଏହି କାର୍ଯ୍ୟକ୍ରମ ସକାଳ ସାଢେ଼ ୯ ଠାରୁ ଆରମ୍ଭ ହୋଇ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଚାଲିବ । ତେଣୁ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ସମସ୍ତ ସଦସ୍ୟ ଓ ଆଖପାଖରେ ରହୁଥିବା ସହରବାସୀ ଏହାର ସୁଯୋଗ ନେବାପାଇଁ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର କୁମାର ନାୟକ, ସମ୍ପାଦକ ଶଶଧର ପାତ୍ର ଅନୁରୋଧ କରିଛନ୍ତିି ।