csstore

ଝିଅ ଦେଖିବାକୁ ଯାଇ ଫେରିବା ବେଳେ ଦୁର୍ଘଟଣା : ଜଣେ ଶିଶୁ ସମେତ ଦୁଇ ମୃତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଲପାଲି ଗ୍ରାମର ଏକ ପରିବାର ବୈବାହିକ ସମ୍ପର୍କରୁ ଘରକୁ ଫେରୁଥିବା ସମୟରେ ବାଟରେ ଅର୍ଟିକା କାର ଭାରସାମ୍ୟ ହରାଇ କେନାଲ ମଧ୍ୟକୁ ଖସି ପଡିବା ଫଳରେ ଜଣେ ଶିଶୁଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୂଚନାରୁ ପ୍ରକାଶ ଯେ, ବୁଧବାର ପୂର୍ବାହ୍ନରେ ରେଙ୍ଗାଲପାଲି ଗ୍ରାମର ବଳଦେବ ରାଉତଙ୍କ ପରିବାର ଝିଅ ଦେଖିବା ପାଇଁ କଲମପୁର ବ୍ଲକ ସ୍ଥିତ ନୂଆଗାଁ ରତାଲୁ ପଡ଼ାକୁ ଯାଇଥିଲେ । ଫେରିବା ବେଳେ ଆର୍ଟିକା କାର ଭାରସାମ୍ୟ ହରାଇ ଖଲିଆଭଟା କେନାଲ ମଧ୍ୟକୁ ଖସି ପଡିଥିଲା । ଦୁର୍ଘଟଣାରେ ଲାଲଧର ରାଉତ(୮୨)ଙ୍କ ମୃତ୍ୟୁ ହୋଇଥିବା ବେଳେ ପାଣିରେ ଭାସି ଯାଇଥିବା ତିନି ବର୍ଷର ଶିଶୁକୁ ଜୟପାଟଣା ଅଗ୍ନିଶମ ବିଭାଗର କର୍ମଚାରୀମାନେ ଶିଶୁର ମୃତଦେହକୁ ଉଦ୍ଧାର କରିବା ସହିତ ଆହତ ମାନଙ୍କୁ ଜୟପାଟଣା ଡାକ୍ତର ଖାନାରେ ଭର୍ତ୍ତି କରିଥିବା ସୂଚନା ମିଳିଛି ।

jayashree
Leave A Reply

Your email address will not be published.