oom

ଦୁର୍ନୀତି ବିରୁଦ୍ଧରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ କଡା ଆକ୍ସନ

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଚାଷୀ କେମିତି ଭଲ ଚାଷ କରି ପାରିବେ । ଭଲରେ ଚାଷ କରି କେମିତି ଭଲ ଭାବରେ ଦୁଇ ପଇସା ରୋଜଗାର କରି ନିଜ ପରିବାର ପରିପୋଷଣ କରି ପାରିବେ ଏନେଇ ସରକାରଙ୍କ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି । ହେଲେ ଯୋଜନାରେ ସାମିଲ ହୋଇଥିଲେ ମଧ୍ୟ କିଛି ଦୁର୍ନୀତିଖୋର ଅଧିକାରୀଙ୍କ ଯୋଗୁ ଚାଷୀ ହଟହଟା ହେଉଛନ୍ତି । ଯୋଜନାରେ ସାମିଲ ହେବା ଆରମ୍ଭରୁ ଚାଷୀ ହାତ ଗୁଞ୍ଜା ଦେଇ ଚାଲିଥିବାବେଳେ ଫାଇନାଲ ବିଲ ପାଇଁ ମୋଟା ଅଙ୍କର ଟଙ୍କା ମାଗୁଛନ୍ତି ମନରେଗା ସହାୟକ । ଏଭଳି ଅଭିଯୋଗ କରିଛନ୍ତି ଚାଷୀ । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ରେଙ୍ଗାଲଜୁରୀ ଗ୍ରାମର ଜଣେ ଚାଷୀଙ୍କ ଠାରୁ ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶାଳୟର ମନରେଗା ସହାୟକ ଲାଞ୍ଚ ମାଗୁଥିବାର ଅଡିଓ ଭାଇରାଲ ହେବା ପରେ ସଂପୃକ୍ତ ଅଡିଓ ତଥା ଚାଷୀଙ୍କ ଅଭିଯୋଗକୁ ଆଧାର କରି ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶାଳୟର ଅସ୍ଥାୟୀ କର୍ମଚାରୀ ତଥା ମନରେଗା ସହାୟକ ପ୍ରଶାନ୍ତ ସେଠଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ତତ୍ ସହିତ ମୃତ୍ତିକା ସଂରକ୍ଷଣ ଓଭରସିଅର ପ୍ରଶାନ୍ତ ଦଳାଇ ଓ ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମଚାରୀ ଶେଷଦେବ ମେହେରଙ୍କୁ ମଧ୍ୟ ଚାକିରିରୁ ନିଲମ୍ବିତ କରାଯାଇଛି । କୃଷି ବିଭାଗକୁ ଏ ବିଷୟରେ ଅବଗତ କରାଯିବା ପରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରାଯାଇ ସଂପୃକ୍ତ ଅଧିକାରୀମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ଥାନାରେ ମାମଲା ମଧ୍ୟ ରୁଜୁ କରାଯାଇଛି ।

jittmm
Leave A Reply

Your email address will not be published.