
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସଂସ୍କୃତି ବିକାଶ ପରିଷଦ ଏଵଂ ଛତ୍ରପୁର ରୋଟାରୀ କ୍ଳବ ଆନୁକୂଲ୍ୟରେ ସାହିତ୍ୟ, ସଂସ୍କୃତି, ସମନ୍ୱୟର ଅପୂର୍ବ ସମାରୋହ ତିନିଦିନଆ ବସନ୍ତ ମହୋତ୍ସବ “ହେ ବସନ୍ତ” ଉଦଯାପିତ ହୋଇଯାଇଛି । କାଳ ବୈଶାଖୀର ଝଡ଼ ବର୍ଷା ସତ୍ତ୍ୱେ ବସନ୍ତ ମହୋତ୍ସବ ସୁରୁଖୁରେ ପରିସମାପ୍ତି ଘଟିଛି । ବସନ୍ତ ମହୋତ୍ସବ ତୃତୀୟ ସନ୍ଧ୍ୟାରେ ଛତ୍ରପୁର ଅଞ୍ଚଳରୁ ଜଣେ ଖ୍ୟାତାନାମା ବ୍ୟକ୍ତି ବିଶେଷ୍ୟ ପଣ୍ଡିତ ଅନ୍ତର୍ଯ୍ୟାମୀ ପତି ଶର୍ମାଙ୍କ ନାମରେ ଉତ୍ସର୍ଗୀକୃତ ସାରସ୍ଵତ ସମ୍ମାନ ସମାରୋହରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ତଥା ଦକ୍ଷ ଓଡ଼ିଶୀ ନୃତ୍ୟ ଶିଳ୍ପୀ ପ୍ରତିଭା ପଣ୍ଡାଙ୍କୁ ତାଙ୍କରି ଆଦର୍ଶ ଜୀବନୀକୁ ପ୍ରତିପାଦିତ କରି ମାନପତ୍ର ସହ ସମ୍ୱର୍ଦ୍ଧିତ କରାଯାଇଛି । ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ତାଙ୍କରି ସାଧୁତା ସଚ୍ଚୋଟତା ଦକ୍ଷତା ପ୍ରତିପାଦନ କରି ମାନପତ୍ର ସହ ସମ୍ମାନୀତ କରାଯାଇଥିଲା । ଡ଼ଃ. ଅଜୟ କୁମାର ତ୍ରିପାଠୀଙ୍କ ସ୍ଵାଗତ ସମ୍ଭାଷଣ ସାଂଗକୁ ଡ଼ଃ. ମନ୍ମଥ ପାଢ଼ୀ, ଡ଼ଃ. ସଚ୍ଚିଦାନନ୍ଦ ପାଢ଼ୀ, ମୃତ୍ୟୁଞ୍ଜୟ ରଥ ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମର ଉଦ୍ୟକ୍ତାଗଣଙ୍କ ମଧ୍ୟରେ ସଂସ୍କୃତି ବିକାଶ ପରିଷଦର ସଭାପତି ଆଇନଜ୍ଞ ସୂର୍ଯ୍ୟ ନାରାୟଣ ସାମନ୍ତରାୟ, ଉପସଭାପତି ତଥା ରୋଟାରୀ କ୍ଲବ ସଭାପତି ଡ଼ଃ. ବିମଲ ପ୍ରସାଦ ସାହୁ, ରୋଟାରୀୟାନ୍ ପ୍ରଫୁଲ୍ଲ ପଟ୍ଟନାୟକ, ସଧାରଣ ସମ୍ପାଦକ ଡ଼ଃ. ଅଜୟ କୁମାର ତ୍ରିପାଠୀ, ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ସସ୍ମିତା ସାମନ୍ତରାୟ ପ୍ରମୁଖ ମଞ୍ଚାସୀନ ହୋଇ ଗଞ୍ଜାମ ଜିଲ୍ଲାର ସାହିତ୍ୟ ସଂସ୍କୃତି, ମଞ୍ଚ କଳା ଅଭିନୟ ପ୍ରଦର୍ଶନ ର ମହତ୍ତ୍ୱ ସମ୍ପର୍କରେ ପ୍ରତିପାଦନ କରିଥିଲେ । କବି ବ୍ରଜମୋହନ ଆଚାର୍ଯ୍ୟ , ସମାଜ ସେବୀ ଅରୁଣ କୁମାର ଶତପଥୀ, ପ୍ରତିଭା ଆବାସିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିନ୍ମୟ ଦାଶ ଏଵଂ ସଂସ୍କୃତି ବିକାଶ ପରିଷଦର କୋଷାଧ୍ୟକ୍ଷ ରୋଟାରୀୟାନ୍ ନିରଞ୍ଜନ ପାତ୍ର, ଆଡ଼ଭୋକେଟ୍ ସୁରଜିତ ସାମନ୍ତରାୟ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ । ରୋଟାରୀୟାନ୍ ପ୍ରଫୁଲ୍ଲ ପଟ୍ଟନାୟକ ଧନ୍ୟବାଦ ଜଣାଇଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇ ଦର୍ଶକଙ୍କୁ ବେଶ ଆକର୍ଷିତ କରିଥିଲା । ବିଶିଷ୍ଟ କଣ୍ଠଶିଳ୍ପୀ ଗଣେଶ ପଟ୍ଟନାୟକ ସଙ୍ଗୀତ ଗାନ ଏବଂ ୟୂରୋ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ତରଫରୁ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ପରିବେଷଣ ଏକ ସ୍ୱତନ୍ତ୍ର ଆକର୍ଷଣ ଥିଲା ।