centurian jitm

ରେଳ ଧାରଣାରୁ ମିଳିଲା ମୁଣ୍ଡ ବିହୀନ ଶବ

ଭଦ୍ରକ : ରେଳଧାରଣାରୁ ଯୁବକଙ୍କ ମୁଣ୍ଡ ବିହୀନ ମୃତ ଦେହ ଉଦ୍ଧାର ଘଟଣାରେ ତଦନ୍ତ ଆରମ୍ଭ କରିଛି ରେଳବାଇ ପୋଲିସ । ସୋମବାର ଭଦ୍ରକ ଜିଲ୍ଲା ବାଉଦପୁର ରେଳଷ୍ଟେସନ ନିକଟସ୍ଥ ରେଳଧାରଣାରୁ ରେଳବାଇ ପୋଲିସ ମୁଣ୍ଡ ଓ ଗୋଟିଏ ହାତ ନଥିବା ମୃତଦେହ ଉଦ୍ଧାର କରିଥିଲା । ହେଲେ ମୃତ ଯୁବକଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ । ଆଉ ଅଭିଯୋଗ ଆଧାରରେ ରେଳବାଇ ପୋଲିସ ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁସାରେ ମୃତ ଯୁବକ ହେଉଛନ୍ତି ସାବରଙ୍ଗ ଥାନା ଅଧୀନସ୍ଥ ବ୍ରହ୍ମପୁର ଗାଁର ନିରଞ୍ଜନ ସାମନ୍ତରାଙ୍କ ପୁଅ ରଞ୍ଜନ ସାମନ୍ତରା । ଭଦ୍ରକ ସ‌ହରରେ ଥିବା କନିକା ମେସରେ ରହି ବରପଦା ଇଞ୍ଜିନିୟରିଙ୍ଗ କଲେଜରେ ଡିପ୍ଲୋମା ପାଠ ପଢୁଥିଲେ । ହେଲେ ଗତ ୧୬ ତାରିଖ ରାତିରୁ ରଞ୍ଜନ ମେସ୍‌କୁ ଫେରିନଥିଲେ । ଯାହାକୁ ନେଇ ଥାନାରେ ନିଖୋଜ ଅଭିଯୋଗ ମଧ୍ୟ ହୋଇଥିଲା । ସେପଟେ ସୋମବାର ସକାଳେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ରେଳବାଇ ପୋଲିସ ଜଣେ ଯୁବକଙ୍କ ମୁଣ୍ଡ ବିହୀନ ଶବ ଆଣିଥିଲେ । ଖବର ପାଇ ପରିବାର ଲୋକେ ମେଡିକାଲରେ ପହଞ୍ଚିଥିଲେ ଓ ତାହା ରଞ୍ଜନଙ୍କ ଶବ ବୋଲି ଚିହ୍ନଟ କରିଥିଲେ ।

Leave A Reply

Your email address will not be published.