centurian jitm

ବସ୍‌ ଧକ୍କାରେ ଚାଲିଗଲା ଜୀବନ

ଭୁବନେଶ୍ୱର : ବେପାରୁଆ ଗାଡ଼ି ଚାଳନା ନେଲା ଆଉ ଏକ ଜୀବନ । ଭୁବନେଶ୍ୱର ଘାଟିକିଆ ଛକରେ ଭୟଙ୍କର ଦୁର୍ଘଟଣାରେ ଚାଲିଯାଇଛି ଜଣେ ଯୁବକଙ୍କ ଜୀବନ । ମୃତ ଯୁବକ ନାମ ସୌମ୍ୟରଂଜନ ସାହୁ ହୋଇଥିବା ବେଳେ ତାଙ୍କ ବୟସ ୩୩ ବର୍ଷ ବୋଲି ଜଣାପଡିଛି । ସେ ରାଜଧାନୀ ଉପକଣ୍ଠ ପାଇକରାପୁର ଗାଁର ବାସିନ୍ଦା ବୋଲି ସୂଚନା ମିଳିଛି । ମଙ୍ଗଳବାର ସକାଳ ସମୟରେ ସୌମ୍ୟରଞ୍ଜନ ଜଗନ୍ନାଥ ବିହାରରେ ଥିବା ନିଜ ଦୋକାନ ଖୋଲିବାକୁ ଆସୁଥିଲେ । ଏହି ସମୟରେ ଭୁବନେଶ୍ୱର ଉପକଣ୍ଠ ପାଇକରାପୁର ରୋଡ ନିକଟରେ ପଛପଟୁ ଏକ କଲେଜ୍‌ ବସ୍‌ ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ଯୁବକଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ବେପାରୁଆ ଗାଡ଼ି ଚାଳନାକୁ ଦାୟୀ କରି ରାସ୍ତା ରୋକ କରିଛନ୍ତି ସ୍ଥାନୀୟ ଲୋକ । ଏହାସହ ସଂପୃକ୍ତ କଲେଜ କର୍ତ୍ତୃପକ୍ଷ ମୃତକଙ୍କ ପରିବାରକୁ କ୍ଷତିପୂରମ ଦେବା ପାଇଁ ଅଡ଼ି ବସିଛନ୍ତି ସ୍ଥାନୀୟ ଲୋକେ । ରାସ୍ତା ଉପରେ ଶବ ଏବଂ ଗାଡ଼ି ରଖି ଅବରୋଧ କରିଛନ୍ତି । ଯାହାଫଳରେ ରାସ୍ତାର ଉଭୟ ପଟେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଥିବାରେ ଦେଖିବାକୁ ମିଳିଛି । ଅନ୍ୟପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ଇନ୍‌ଫୋସିଟି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି । ହେଲେ ସ୍ଥାନୀୟ ଲୋକ ନିଜ ଜିଦ୍‌ରେ ଅଟଳ ରହିଛନ୍ତି ।

Leave A Reply

Your email address will not be published.