ଭୁବନେଶ୍ଵର : ବିଧାନସଭା ପ୍ରେସ୍ ଗ୍ୟାଲେରୀରେ ସାମ୍ବାଦିକଙ୍କୁ ମୋବାଇଲ୍ ମନା ସାମ୍ବାଦିକଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଗ୍ୟାଲେରୀକୁ ମୋବାଇଲ ନେଇ ଯାଇପାରିବେନି ସାମ୍ବାଦିକ । ଗୃହରେ କାଲିର ଘଟଣା ପରେ ସାମ୍ବାଦିକଙ୍କୁ ମୋବାଇଲ୍ ବାରଣ । ଏହାର ପ୍ରତିବାଦରେ ସାମ୍ବାଦିକମାନେ ପ୍ରେସ୍ ଗ୍ୟାଲେରୀକୁ ଯାଇନାହାଁନ୍ତି । ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି । ଏହି ଘଟଣାକୁ ବିଜେଡି ବିଧାୟକ ଅରୁଣ ସାହୁ ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ, ସାମ୍ବାଦିକମାନଙ୍କ ଅଧିକାର କ୍ଷୁର୍ଣ୍ଣ କରାଯାଉଛି । ମୋବାଇଲ ଆଉ କ୍ୟାମେରା ବନ୍ଦ କରି ସରକାର କ’ଣ ଲୁଚାଇବାକୁ ଚାହୁଁଛନ୍ତି ।
Prev Post