ବନଖଣ୍ଡରେ ଆଖି ବୁଜିଲା ହାତୀ ଶାବକ

ଭୁବନେଶ୍ୱର : ଅସୁସ୍ଥ ଥିବାରୁ ହାତୀ ଶାବକର ଚାଲିଥିଲା ଚିକିତ୍ସା । ହେଲେ ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ଛୁଆ ହାତୀର ଜୀବନ । ହାତୀ ଶାବକଟିର ବ୍ୟବଚ୍ଛେଦ କରାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ । କଟକ ଡିଲ୍ଲା ମାଣିଆବନ୍ଧ ବନପାଳ କାର୍ଯ୍ୟାଳୟ ପରିସରରେ ଏଭଳି ଘଟଣା ଘଟିଛି । ସୂଚନା ଯୋଗ୍ୟ ଯେ, ଆଠଗଡ ବନଖଣ୍ଡ ବଡ଼ମ୍ବା ରେଞ୍ଜ ମାଣିଆବନ୍ଧ ବଡ଼ଯୋରା ସଂରକ୍ଷିତ ଜଙ୍ଗଲରେ ଗୋଠଛଡ଼ା ହୋଇଥିଲା ଏକ ୨ ମାସର ହାତୀ ଶାବକ । ହାତୀଙ୍କ ଠାରୁ ଗୋଠଛଡ଼ା ହେବା ପରେ ସଂରକ୍ଷିତ ଜଙ୍ଗଲରେ ଅସୁସ୍ଥ ଅବସ୍ଥାରେ ଘୁରି ବୁଲୁଥିଲା ହାତୀ ଛୁଆ । ଏନେଇ ଖବର ପାଇବା ପରେ ବନ ବିଭାଗ କର୍ମଚାରୀ ହାତୀ ଶାବକକୁ ଉଦ୍ଧାର କରିଥିଲେ । ତାକୁ ଉଦ୍ଧାର କରି ତୁରନ୍ତ ମାଣିଆବନ୍ଧ ବନପାଳ କାର୍ଯ୍ୟାଳୟ ପରିସରକୁ ନିଯାଇଥିଲା । ସେଠାରେ କପିଳାସ ପ୍ରାଣୀ ଉଦ୍ୟାନର ରାପିଡ଼ ରେସପନ୍ସ ଟିମ୍‌ ହାତୀ ଛୁଆଟିର ଚିକିତ୍ସା କରିଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଶାବକର ମୃତ୍ୟୁ ହୋଇଥିଲା । ହାତୀ ଶାବକର ବ୍ୟବଚ୍ଛେଦ କରାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ।

Leave A Reply

Your email address will not be published.