ଆଠଗଡ଼ : ଋଣ କରେଇ ଦେବା ନାଁରେ ଠକେଇ ଅଭିଯୋଗ । ଜଣେ ଯୁବକଙ୍କୁ ଧରି ମାଡ଼ ମାରି ପୋଲିସ ଜିମା ଦେଲେ ଗ୍ରାମବାସୀ । କଟକ ତିଗିରିଆ ହାଟମାଳ ପଞ୍ଚାୟତରେ ଘଟିଛି ଏହି ଘଟଣା । ଅଟକ ଯୁବକ ଜଣକ ନୟାଗଡ଼ ଅଞ୍ଚଳର ବୋଲି ଜଣାପଡିଛି । ତିଗିରିଆ ଅଞ୍ଚଳରେ ଘରୋଇ ସଂସ୍ଥା ପକ୍ଷରୁ ଋଣ କରେଇ ଦେବା ନାମରେ ଜଣେ ଯୁବକ ଲୋକଙ୍କ ଠାରୁ ବହୁ ଟଙ୍କା ଠକି ଧରାଛୁଆଁ ଦେଉନଥିଲା । ଲୋକଙ୍କ ଅଭିଯୋଗ ମୁତାବକ ଋଣ ନାଁରେ ଯୁବକ ଜଣଙ୍କ ଲୋକଙ୍କ ଆଧାର ନମ୍ବର ଏବଂ ମୋବାଇଲ ନମ୍ବର ନେଇ ଆକାଉଣ୍ଟରୁ ଟଙ୍କା ହଡ଼ପ କରିଛି । ଯୁବକ ଜଣଙ୍କ କୌଣସି କାମରେ ତିଗିରିଆ ଶୁଣ୍ଠିପାଳ ଗାଁରେ ବୁଲୁଥିବା ବେଳେ ଲୋକଙ୍କ ହାବୁଡରେ ପଡିଥିଲେ । ପରେ ଗ୍ରାମବାସୀ ତିଗିରିଆ ପୋଲିସକୁ ଡାକି ଯୁବକକୁ ହସ୍ତାନ୍ତର କରିଥିବା ବେଳେ ପୋଲିସ୍ ଯୁବକକୁ ଥାନାରେ ଅଟକ ରଖି ପଚରା ଉଚରା ଜାରି ରଖିଛି ।
Next Post