ବଲାଙ୍ଗୀର, (ଦେବାଶିଷ ମିଶ୍ର) : ବଲାଙ୍ଗୀର ଜିଲ୍ଲାରେ ଚଳିତବର୍ଷ ୩୦ଲକ୍ଷ କ୍ବିଣ୍ଟାଲ ଧାନ କିଣାଯାଇଛି । କିନ୍ତୁ ଚାଷିଙ୍କ ପାଖରେ ବହୁ ପରିମାଣରେ ଧାନ ରହିଛି । ତେଣୁ ଜିଲ୍ଲାକୁ ଆଉ ୩୦ ଲକ୍ଷ କ୍ବିଣ୍ଟାଲ ଧାନକିଣା ଟାର୍ଗେଟ ଦେବାକୁ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ଠାରେ ଆଲିଚନା କରିବା ସହିତ ଦାବୀ କରିଛନ୍ତି । ଆଜି ଭୁବନେଶ୍ବରରେ ମନ୍ତ୍ରୀଙ୍କ ସହିତ ଆଲୋଚନା କରି ଚାଷୀଙ୍କ ସୁବିଧା ପାଇଁ ମନ୍ତ୍ରୀ ପଦକ୍ଷେପ ନେବାକୁ ଦାବୀ କରିଛନ୍ତି । ଶ୍ରୀ ସିଂଦେଓ ତାଙ୍କ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଗତ ୨୦୧୯-୨୦ ଖରିଫରେ ବଲାଙ୍ଗୀର ଜିଲ୍ଲାରେ ୪୮ ହଜାର ଚାଷୀ ପଞିକରଣ କରିଥିଲେ ଓ ୩୩ହଜାର କ୍ବିଣ୍ଟାଲ ଧାନ କିଣା ଯାଇଥିଲା । କିନ୍ତୁ ଚଳିତ ବର୍ଷ ୬୬୮୬୩ଜଣ ଚାଷୀ ଧାନ ବିକ୍ରି କରିବାକୁ ପଞିକରଣ କରିଛନ୍ତି । ଏପଟେ ଚାଷୀଙ୍କ ପାଖରେ ଟୋକନ ଥିବା ବେଳେ ଜିଲ୍ଲାର ଟାର୍ଗେଟ ସରିଯାଇଛି । ତେଣୁ ଚାଷୀଙ୍କ ସ୍ବାର୍ଥ ଦୃଷ୍ଟିରୁ ବଲାଙ୍ଗୀର ଜିଲ୍ଲାକୁ ଆଉ ଅନ୍ୟୁନ ୩୦ଲକ୍ଷ କ୍ବିଣ୍ଟାଲ ଧାନ କିଣା ଟାର୍ଗେଟ ଦିଆଯିବାକୁ ଦାବୀ କରିଛନ୍ତି । ଏହି ଦାବୀକୁ ବିଚାର କରାଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିବା କଳିକେଶ କହିଛନ୍ତି ।
Prev Post