csstore

ହିତାଧିକାରୀଙ୍କୁ ମିଳୁନି ବୋନସ ଟଙ୍କା

ସଇଁନ୍ତଲା, (ଅଜିତ କୁମାର ସାହୁ‌) : କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆସବ ଯୋଜନାରେ ଗରିବ ହିତାଧିକାରୀ ମାନଙ୍କୁ ୧ଲକ୍ଷ ୩୦ ହଜାର ଟଙ୍କା ଦେଉଛନ୍ତି କିନ୍ତୁ ୩ ମାସ ମଧ୍ୟରେ ଘର ସପୂର୍ଣ୍ଣ କରି ଥିବା ହିତାଧିକାରୀ ମାନଙ୍କୁ ୨୦ ହଜାର ଟଙ୍କା ବୋନସ ଦେଉଥିବା ଡିମଡିମ ପିଟୁଛନ୍ତି ହେଲେ ବଲାଙ୍ଗିର ଜିଲ୍ଲା ୨୦୧୬ ମସିହାରୁ ୨୦୨୦ ପର୍ଯ୍ୟନ୍ତ ୯୭୭୯ ହିତାଧିକାରୀ ବୋନସ ଟଙ୍କା ପାଇଁ ନାହାନ୍ତି ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସଇଁନ୍ତଲା ବ୍ଲକରେ ୯୩୦ ଜଣ ବ୍ୟକ୍ତି ବୋନସ ଟଙ୍କା ପାଇଁ ନାହାନ୍ତି ଏବେ ପ୍ରତ୍ୟେକ ବ୍ଲକର ବିଡିଓ ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରସ୍କୃତ କରାଯାଇଛି ଯିଏ ତିନି ମାସ ମଧ୍ୟରେ ଘର ସପୂର୍ଣ୍ଣ କରି ସାରିଛ‌ନ୍ତି । ହେଲେ ଅନେକ ଲୋକ ଧାର କରଜ ଆଣି ଘର ମଧ୍ୟ ତିଆରି କରୁଛନ୍ତି କାଳେ ବୋନସ ଟଙ୍କା ମିଳିବ ବୋଲି । ହେଲେ ବର୍ତ୍ତର୍ମାନ ପର୍ୟ୍ୟନ୍ତ ଟଙ୍କା ମିଳିନଥିବା ବେଳେ ହିତାଧିକାରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବୀ ହେଉଛି । ଏନେଇ ସଇଁନ୍ତଲା ବିଡିଓ ଦେବାଶିଷ ସାମଲଙ୍କୁ ପଚାରିବାରୁ ସାଇଟ ଖୋଲୁନଥିବା ବେଳେ ଲୋକେ ଟଙ୍କା ପାଉ ନାହାନ୍ତି, ତେବେ ଜିଲ୍ଲା ପ୍ରଶାସନକୁ ଜଣାଇବି ବୋଲି କହିଛନ୍ତି ।

jayashree
Leave A Reply

Your email address will not be published.