csstore

ଲଳିତ ନାୟକଙ୍କ ବିୟୋଗରେ ନାଗରିକ କମିଟିର ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିକ୍ରାପଡା ଗାନ୍ଧି ପାଠାଗାରରେ ସ୍ୱର୍ଗତ ଲଳିତ ନାୟକଙ୍କ ଅକାଳ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ନାଗରିକ କମିଟିର ସଭାପତି ବିକ୍ରମା ନନ୍ଦ ବହିଦାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକସଭାରେ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ସାଧାରଣ ସଂପାଦକ ବିଷ୍ଣୁ ପ୍ରସାଦ କେଡିଆ, ଉପସଭାପତି ନିତ୍ୟାନନ୍ଦ ମିଶ୍ରଙ୍କ ସହିତ ବୃନ୍ଦାବନ ବରାଳ, ନରେଶ କୁମାର ଦାଶ, ଗୋପବନ୍ଧୁ ନାଥ, ଛବିଲାଲ ବେହେରା, ପର୍ଶୁରାମ ନାଏକ, ଗୋପବନ୍ଧୁ ପୁରୋହିତ, ମନୋରଞ୍ଜନ ସାହୁ, ଧର୍ମବ୍ରତ ରଥ, ମନୋରଞ୍ଜନ ପୁରୋହିତ ଏବଂ ବ୍ରଜରାଜ ପୁରୋହିତ ସ୍ୱର୍ଗତ ନାୟକଙ୍କ ସ୍ମୃତି ·ରଣ କରି ଅମର ଅତ୍ମାର ସଦଗତି କାମନା କରିଥିଲେ ।

jayashree
Leave A Reply

Your email address will not be published.