କନ୍ଧକେଲଗାଁରେ ବିଜେପିର ସାଙ୍ଗଠନିକ ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଭାରତୀୟ ଜନତା ପାର୍ଟି ପକ୍ଷରୁ ସଇଁତଳା ବ୍ଲକ ଅନ୍ତର୍ଗତ କନ୍ଧକେଲଗାଁରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଞ୍ଚାୟତ ସ୍ତରୀୟ ଏକ କମିଟି ଗଠନ କରାଯାଇଥିଲା । ଏହି ବୈଠକରେ ପଞ୍ଚାୟତ ଅଧିନସ୍ଥ ସମସ୍ତ ଗାଁରୁ ଶତାଧିକ ସଦସ୍ୟ ଯୋଗଦେଇଥିଲେ । ଏହି କମିଟିର ସଭାପତି ଭାବେ ଅରୁଣ ଥନାପତି, ସମ୍ପାଦକ ଭାବେ ସନ୍ତୋଷ ଭୋଇ, ଉପସଭାପତି ଚରଣ ପାତ୍ର, ସହସଂପାଦକ ସୁରେଶ ଭୋଇ ଓ କୋଷାଧ୍ୟକ୍ଷ ଭାବେ ସୁଶିଲ ରଣାଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା । ଏହାସହ ସଂଗଠନକୁ ସୁଦୃଢ଼ କରିବା ପାଇଁ ସୁଶିଲ ପଣ୍ଡା, ହୃଷୀକେଶ ଭୋଇ, ଦେବରାଜ ମେହେର, ପଞ୍ଚାନନ ସୁନା ଓ ଲୀଳାମୟ ପ୍ରଧାନଙ୍କୁ ନେଇ ଏକ ଉପଦେଷ୍ଟା କମିଟି ଗଠନ କରାଯାଇଥିଲା । ଏହାସହ ବିଜେପି ଦଳୀୟ ସଭ୍ୟ ଭାବେ ବହୁ କର୍ମୀଙ୍କୁ ସାମିଲ କରାଯାଇଥିଲା ।

Leave A Reply

Your email address will not be published.