ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଡ଼ଃ ଶକ୍ତିପ୍ରସାଦ ସାମନ୍ତରାୟଙ୍କ ଅଧ୍ୟକ୍ଷତା, ସାଧାରଣ ସମ୍ପାଦକ ଅଜୟ ପ୍ରଧାନଙ୍କ ଆବାହକତ୍ୱ ଓ ସାଂସ୍କୃତିକ ସମ୍ପାଦିକା ସୁଭାଷିନୀ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇଂ ନବଘନ ସାହୁ, ଆଲୋଚକ ଭାବେ ଶିକ୍ଷକ ରାଜକୁମାର ମହାନ୍ତି ଯୋଗଦେଇ ଆଲୋଚ୍ୟ ବିଷୟ ବିଶ୍ୱକୁ ଗବାକ୍ଷ, ଏକ ବୈାଦ୍ଧିକ ଚେତନା ସମ୍ପର୍କରେ ଆଲୋଚନା କରିଥିଲେ । ଶ୍ରୀ ମହାନ୍ତି ତାଙ୍କ ବକ୍ତବ୍ୟରେ ସାହିତ୍ୟର ତିନୋଟି ବିଭାଗ ପୁଲକ ସାହିତ୍ୟ, ଆଦର୍ଶ ସାହିତ୍ୟ, ଆରୋହଣ ଧର୍ମୀ ସାହିତ୍ୟ ତଥା ଅନ୍ତଃଗବାକ୍ଷ ଓ ବହିଃଗର୍ବାକ୍ଷ ସମ୍ପର୍କରେ ବ୍ୟାପକ ଆଲୋଚନା କରିବା ସହ ଅନ୍ତଃ ଚେତନା ବହିଃ ଚେତନା ମିଶିଲେ କିପରି ବିଶ୍ୱକୁ ଗବାକ୍ଷ ଖୋଲିଯାଏ, ତା ସହ ଦୈତ୍ୟ ଶକ୍ତି ,ଦେବ ଶକ୍ତି ଓ ସତ୍ୟ କହୁଥିବା ଲୋକ କିପରି ଖଣ୍ଡାଧାରରେ ଚାଲିବା ସହିତ ସମାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଗାଳ୍ପିକା ଶର୍ମିଷ୍ଠା କବିଶତପଥୀ ନୀଡ ଫେରନ୍ତା ପକ୍ଷୀ ଶୀର୍ଷକ ଗଳ୍ପ ପାଠ କରିଥିଲେ । ତୃତୀୟ ପର୍ଯ୍ୟାୟରେ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ଓ ଅର୍ଚ୍ଚନା ପାତ୍ରଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସସ୍ମିତା ପ୍ରଧାନ, ଅଶୋକ କୁମାର ପଟ୍ଟନାୟକ, ସୁଶାନ୍ତ ନାୟକ, ସଞ୍ଜୁକ୍ତା ଦାଶ, ପ୍ରତାପ କୁମାର ପଣ୍ଡା, ଦେବେନ୍ଦ୍ର କୁମାର ବଳ, ବଳରାମ ଦାଶ,ସୁମିତା ବାଇଁ, ବ୍ରହ୍ମାନନ୍ଦ ପାଢ଼ୀ, ସୁଧିର କୁମାର ନାଥ, କୁଞ୍ଜବିହାରୀ ରାଉତ, ଅର୍ଚ୍ଚନା ପାତ୍ର, ସୁଭାଷିନୀ ସାହୁ ପ୍ରମୁଖ କବିତା ପାଠ କରିଥିଲେ । ଏହି ଅବସରରେ ସାହସିକତା ପାଇଁ ଅର୍ଚ୍ଚନା ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଅନ୍ୟ ମାନଙ୍କ ମଧ୍ୟରେ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ବିଭୁଦତ୍ତ ବେହେରା, ଗାୟତ୍ରୀ ସେଠି, କୈାଶଲ୍ୟା ମହାରଣା, ଗୀତାଞ୍ଜଳି ମହାରଣା, କବିତା ଦାଶ, ସମ୍ରିଧୀ ମହାରଣା, କମଳ ଆଚାର୍ଯ୍ୟ, ସଞ୍ଜୀବ କୁମାର ଭୋଇ, ହରିହର ଶତପଥୀ, ପ୍ରିୟା ପାତ୍ର, ଅନିଲ କୁମାର ଦାଶ, ଶରତ ରାଉତ, ଶ୍ରୀକାନ୍ତ ପାଣିଗ୍ରାହୀ, ବିଜୟ ସାହୁ, ଅଶୋକ କୁମାର ପାତ୍ର, ସୁନିଲ ମହାନ୍ତି, ନୃସିଂହ ପ୍ରସାଦ ବେହେରା, ସ୍ଵରାଜ ବେହେରା, ବସନ୍ତ କୁମାର ମହାରଣା, ଗୀତାଞ୍ଜଳି ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ କବିତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.