oom

ଓଜେୟୁ ରାଜ୍ୟ ମହିଳା ଆବାହିକା ସୁଶ୍ରୀ ବିଜୟଲକ୍ଷ୍ମୀଙ୍କୁ ଗଞ୍ଜାମ ପ୍ରେସ କ୍ଲବ ପକ୍ଷରୁ ସମର୍ଦ୍ଧନା

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ପ୍ରେସ କ୍ଳବର ଉପସଭାପତି ସୁଶ୍ରୀ ବିଜୟଲକ୍ଷ୍ମୀ ମହାକୁଡ଼ ପୁନର୍ବାର ଓଡିଶା ସମ୍ବାଦିକ ସଙ୍ଘର ରାଜ୍ୟ ମହିଳା ଆବାହିକା ଭାବେ ଚୟନ ହୋଇଛନ୍ତି । ଗତ ତିନିବର୍ଷ ତଳେ ସେ ଏହି ପଦବୀରେ ରାଜ୍ୟ ସଭାପତି ଶଶି ଭୂଷଣ ପ୍ରହରାଜ ଚୟନ କରିଥିଲେ । ପୁଣି ଭୁବନେଶ୍ୱର ଜୟଦେବ ଭବନରେ ଉକ୍ତ ପଦବୀ ପାଇଁ ତାଙ୍କ ନାମ ଘୋଷଣା କରାଯାଇଛି । ଯାହାକୁ ନେଇ ସେ ରାଜ୍ୟ ଓଜେୟୁ ସମସ୍ତ ପଦାଧିକାରୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏନେଇ ଓଜେୟୁ ଜିଲ୍ଲା ସଭାପତି ରବିନ୍ଦ୍ର କୁମାର ପଟ୍ଟନାୟକ ଜିଲ୍ଲା କର୍ମକର୍ତ୍ତା ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ଗଞ୍ଜାମ ସହରଠାରେ ଏକ ସମର୍ଦ୍ଧନା ସଭାରେ ଗଞ୍ଜାମ ପ୍ରେସ କ୍ଳବ ସଭାପତି ଶବର କୁମାର ତରାଇଙ୍କ ଅଧ୍ୟକ୍ଷରେ ସୁଶ୍ରୀ ବିଜୟଲକ୍ଷ୍ମୀଙ୍କୁ ଗଞ୍ଜାମ ପ୍ରେସକ୍ଲବ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଗଞ୍ଜାମ ପ୍ରେସକ୍ଳବ ଉପଦେଷ୍ଟା ତଥା ଓଜେୟୁ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଉମାକାନ୍ତ ବେହେରା, ପ୍ରେସକ୍ଳବ ସମ୍ପାଦକ ବିଦ୍ୟାଧର ସାହୁ, କୋଷାଧ୍ୟକ୍ଷ ପ୍ରଦୀପ କୁମାର ପଣ୍ଡା, ବଟକୃଷ୍ଣ ରାଉଳ, ରାକେଶ ରଞ୍ଜନ ଦାସ, କେ. ରାଜନୀକାନ୍ତ ରେଡ୍ଡୀ, ମିଥୁନ କୁମାର ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.