କ୍ରିକେଟର୍‌ ଗୌତମ ଗମ୍ଭୀର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କା ଦାନକଲେ

ନୂଆଦିଲ୍ଲୀ : କ୍ରିକେଟର୍‌ ଗୌତମ ଗମ୍ଭୀର ତଥା ଭାରତର ପୂର୍ବତନ ସାଂସଦ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କା ଦାନ କରିଛନ୍ତି । ଗୁରୁବାର ଗମ୍ଭୀର ଶ୍ରୀ ରାମ ଜନ୍ମଭୂମି ତୀର୍ଥସ୍ଥାନର ଟ୍ରଷ୍ଟର ସନ୍ଥଙ୍କୁ ସାକ୍ଷାତ କରି ଏହି ୧ କୋଟି ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି । ଏହି ଅବସରରେ ଗମ୍ଭୀର କହିଛନ୍ତି, ଏହା କେବଳ ଏକ ମନ୍ଦିର ନୁହେଁ ବରଂ କୋଟି କୋଟି ଭାରତୀୟଙ୍କ ଆସ୍ଥାର ପ୍ରତୀକ । ଏଭଳି ଏକ ଶୁଭ କାମରେ ଅଳ୍ପ କିଛି ଯୋଗଦାନ କରିବା ମୋ ପାଇଁ ସୌଭାଗ୍ୟର କଥା । ଏକ ଭବ୍ୟ ରାମ ମନ୍ଦିର ଏବେ ସବୁ ଭାରତୀୟଙ୍କ ପାଇଁ ସ୍ୱପ୍ନ । ଗମ୍ଭୀର ଆହୁରି କହିଛନ୍ତି, ଦୀର୍ଘଦିନ ଧରି ଅଟକି ରହିଥିବା ବିବାଦୀୟ ରାମ ମନ୍ଦିର ମୁଦ୍ଦା ଏବେ ଶେଷ ହୋଇଛି । ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିର ନିର୍ମାଣ ଦ୍ୱାରା ଅଯୋଧ୍ୟା ଓ ଏହାର ଆଖପାଖ ଅଞ୍ଚଳରେ ପର୍ଯ୍ୟଟକ ମଧ୍ୟ ବଢିବେ ଏବଂ ବହୁତ ଲୋକଙ୍କୁ ରୋଜଗାରର ପନ୍ଥା ମଧ୍ୟ ମିଳିବ । ଏହି ଭବ୍ୟ ମନ୍ଦିର ନିର୍ମାଣ ପାଇଁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଉଛି, ଯାହାଙ୍କ ପ୍ରୟାସରେ ଆମେ ସମସ୍ତେ ଏହି ଐତିହାସିକ କ୍ଷଣର ମୁକସାକ୍ଷୀ ହେବାକୁ ଯାଉଛୁ ବୋଲି ଗମ୍ଭୀର କହିଛନ୍ତି ।

Leave A Reply

Your email address will not be published.