ଗୋରୁ ବୋଝେଇ ଟ୍ରକ୍ ଦୁର୍ଘଟଣା ଡ୍ରାଇଭର୍ ଫେରାର୍

ଖନ୍ତାପଡ଼ା : ଖନ୍ତାପଡ଼ା ଥାନା ବାହାନଗା ବ୍ଲକ ୧୬ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଦରଡ଼ିଆ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୁର୍ଘଟଣା । ପୋଲିସକୁ ଚକମା ଦେଇ ଚମ୍ପଟ୍ ମାରିବା ବେଳେ ଭାରସାମ୍ୟ ହରାଇ ଦୋକାନରେ ଧକ୍କା ହେଲା ଗୋରୁ ବୋଝେଇ ଟ୍ରକ୍ । ସୋମବାର ବିଳମ୍ଵିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରୁ ଡ୍ରାଇଭର୍ ଫେରାର୍ ହୋଇଯାଇଛି ।ସୂଚନାଅନୂସାରେ ସୋମବାର ବିଳମ୍ବିତ ରାତିରେ ଏକ ଗୋରୁ ବୋଝେଇ ଟ୍ରକ୍ ଭଦ୍ରକ ଆଡୁ ବାଲେଶ୍ଵର ଅଭିମୁଖେ ଯାଉଥିଲା । ବିଶେଷ ସୂତ୍ରରୁ ଖବର ପାଇ ପାଟ୍ରୋଲିଂ ପୋଲିସ ଗୋରୁ ବୋଝେଇ ଗାଡିକୁ ପିଛା କରିଥିଲା । ପୋଲିସ ଗାଡିକୁ ଅଟକାଇବାକୁ ଚେଷ୍ଟା କରିବାରୁ ଟ୍ରକ୍‌ଟି ଖସିଯିବାକୁ ଉଦ୍ୟମ କରି ଦ୍ରୁତ ଗତିରେ ଯାଇ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ କଡରେ ଥିବା ଏକ ଦୋକାନରେ ଧକ୍କା ହୋଇଥିଲା । ଏପଟେ ଟ୍ରକ୍ ଡ୍ରାଇଭର୍ ଘଟଣାସ୍ଥଳରୁ ଚମ୍ପଟ୍ ମାରିଛି । ଦୁର୍ଘଟଣାଗ୍ରସ୍ତ ଗୋରୁ ବୋଝେଇ ଗାଡିକୁ ଦୁଇଟି କ୍ରେନ୍ ଯୋଗେ ଉଦ୍ଧାର କରି ଥାନାକୁ ଆଣାଯାଇଛି । ପୋଲିସ ଏନେଇ ଅଧିକ ତଦନ୍ତ କରୁଛି।

Leave A Reply

Your email address will not be published.