
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ସ୍କୁଲ ଠାରେ ୩୬ତମ ରାଜ୍ୟ ୨୧ ବର୍ଷ ଓ ବରିଷ୍ଠ ବର୍ଗ ରାଜ୍ୟ କରାଟେ ପ୍ରତିଯୋଗିତା ୨୦୨୫ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାରୁ ୨ ଜଣ ପୁରୁଷ ଓ ୨ ଜଣ ମହିଳା ମୋଟ ୪ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ ୨୧ ବର୍ଷ ବାଳକ ବିଭାଗ କାତାରେ ପୁରୁଷୋତ୍ତମ ବାଗ କାଂସ୍ୟ ପଦକ ଓ ଶିବା ସାହୁ କୁମିତିରେ କାଂସ୍ୟ ପଦକ ହାସଲ କରି ଗୌରାବାନ୍ୱିତ କରିଛନ୍ତି । ସୁରେଶ ଚନ୍ଦ୍ର ଜାଲ, ଗୋପାଳ ଦୀପ, ହୃଦୟ ଶବର ଓ ଚନ୍ଦ୍ରଶେଖର ସେଠ ରେଫେରୀ ଓ ଜଜ୍ର ଦାୟିତ୍ୱ ତୁଳାଇଥିଲେ । ବିଜେତାମାନଙ୍କୁ ମୁଖ୍ୟ ଅତିଥି ପଦକ ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଏହି ଖବର ପାଇ ଜିଲ୍ଲା ସଂଘର ସଭାପତି ଦେବଦତ୍ତ ବେହେରା, ଉପ-ସଭାପତି ଉମେଶ ନନ୍ଦ, ଉପଦେଷ୍ଟା ମାନୁଏଲ ନାଗ, ସରୋଜକାନ୍ତ ବେହେରା, ଖେଳପ୍ରେମୀ ଏବଂ ଅଭିଭାବକମାନେ ଶୁଭେଚ୍ଛା ଜଣାଇଥିଲେ ।