ମହାଶିବରାତ୍ରି ପାଇଁ ଦେବଗିରିରେ ପ୍ରସ୍ତୁତି

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ମହାଶିବରାତ୍ରି ପାଇଁ ପ୍ରସ୍ତୁତି ଚାଲିଥିବା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରର ବହୁ ପୁରାତନ ଦେବଗିରି ଧାମ ଶୈବପୀଠରେ । ଏହି ମନ୍ଦିର କଲ୍ୟାଣସିଂହପୁର ଠାରୁ ଦେବଗିରି ୨ କି.ମି. ଦୂରରେ ଅବସ୍ଥିତ । ଜାଗର ଦିନ ଠାରୁ ଏଠାରେ ୭ ଦିନ ଯାଏଁ ଯାତ୍ରା ଚାଲେ । ଯାତ୍ରା ସମୟରେ ବିଭିନ୍ନ ଜିଲ୍ଲାରୁ ବ୍ୟବସାୟୀମାନେ ଆସି ଏଠାରେ ଦୋକାନ ବଜାର ବସାନ୍ତି । ସୂଚନାଯୋଗ୍ୟ ଯେ, ଦେବଗିରିରେ ପଞ୍ଚ ମୁଖେଶ୍ୱରଙ୍କୁ ଦର୍ଶନ କରିବା ପାଇଁ ହେଲେ ୫୨୦ଟି ପାହାଚ ଅତିକ୍ରମ କରି ଯିବାକୁ ହୁଏ । ଏହି ଯାତ୍ରାକୁ କଲ୍ୟାଣସିଂହପୁର ପଞ୍ଚାୟତ ସରପଞ୍ଚ ଗୌତମ ବାର୍ଳୀଙ୍କ ଦାୟିତ୍ୱରେ ପଞ୍ଚାୟତର ୧୬ଟି ୱାର୍ଡର ସଭ୍ୟମାନଙ୍କ ସହଯୋଗରେ ଯାତ୍ରା ପରିଚାଳନା କରାଯାଉଥିବା ଜଣାପଡ଼ିଛି । ସ୍ୱେଚ୍ଛାସେବୀ ଭାବେ କଲ୍ୟାଣସିଂହପୁର ସଦରର ସିଏଚ୍‌ ନାଗେଶ୍ୱର ରାଓ, ଗୁଡ଼ଲା ପ୍ରସାଦ ରାଓ, କୁମାର ସ୍ୱାମୀ କୌଶଲ୍ୟା ଓ ପ୍ରଶାନ୍ତ କୌଶଲ୍ୟା ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଦାୟିତ୍ୱ ନେଇ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ସରପଞ୍ଚ କହିଛନ୍ତି ।

Leave A Reply

Your email address will not be published.