ଗ୍ୟାସ୍ ଲିକ୍‌ରୁ ଅଗ୍ନିକାଣ୍ଡ, ଜଳିଗଲା ଦୋକାନ

ବ୍ରହ୍ମପୁର : ଗ୍ୟାସ୍ ଲିକ୍‌ରୁ ଅଗ୍ନିକାଣ୍ଡ, ଜଳିଗଲା ଅନେକ ଦୋକାନ । ବ୍ରହ୍ମପୁର ଉପକଣ୍ଠ ଲାଠି ଗାଁ ବଜାରରେ ଅଗ୍ନିକାଣ୍ଡ । ହୁ ହୁ ହୋଇ ଜଳିଗଲା ମୁଖ୍ୟ ବଜାରରେ ଥିବା ୪ଟି ଦୋକାନ । ଗ୍ୟାସ୍‌ ଲିକ୍‌ ହୋଇ ଅଗ୍ନିକାଣ୍ଡ ହେବା ପରେ ପୁରା ବଜାରରେ ନିଆଁ ଲାଗିଥିବା ସୂଚନା ମିଳିଛି । ତେବେ ଅଗ୍ନିଶମ ବାହିନୀ ଘଟଣା ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ଦୀର୍ଘ ସମୟର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ ।

Leave A Reply

Your email address will not be published.