oom

ଆର୍ଥିକ ସାକ୍ଷରତା ଏବଂ ଅନ୍ତର୍ଭୁକ୍ତିକରଣ ଶିବିର

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନର ଉପ-ଜିଲ୍ଲାପାଳ ସୁଶ୍ରୀ ଦୀନା ଦସ୍ତଗୀରଙ୍କ ନିର୍ଦ୍ଦେଶକ୍ରମେ ସଞ୍ଚୟ ଏବଂ ଆର୍ଥିକ ସେବା ବିଭାଗ ପକ୍ଷରୁ ଏକ ଆର୍ଥିକ ସାକ୍ଷରତା ଏବଂ ଅନ୍ତର୍ଭୁକ୍ତିକରଣ ଶିବିର ତା ୨୦.୦୨.୨୦୨୫ରିଖରେ ଅନୁଷ୍ଠିତ ହୋଇଯାଇଛିଫ ରେଭିନ୍ୟୁ ଆଇ.ବି, ବ୍ରହ୍ମପୁର ସମ୍ମିଳନୀ କକ୍ଷରେ ଆୟୋଜିତ ସାକ୍ଷରତା ଶିବିରରେ ବ୍ରହ୍ମପୁର ଡିଭିଜନର ଆସିଷ୍ଟାଣ୍ଟ ସୁପେରିଟେଣ୍ଡ ଅଫ୍ ପୋଷ୍ଟ, ଲଲାଟେନ୍ଦୁ କେଶରୀ, ସିନିୟର୍ ବ୍ରାଞ୍ଚ ମ୍ୟାନେଜର୍ ଅଫ୍ ଇଣ୍ଡିଆନ୍ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ, ସମ୍ପତ ଭେଙ୍କଟ ରମଣ୍, ଏବଂ ସାଇବର ପୋଲିସ ଷ୍ଟେସନର ଏସ୍‌. ଆଇ. ସ୍ୱର୍ଣ୍ଣଲତା ପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନା, ସୁରକ୍ଷିତ ସଞ୍ଚୟ, ଭାରତ ସରକାରଙ୍କ ଦ୍ଵାରା ପ୍ରଚଳିତ ବିଭିନ୍ନ ବୀମା, ସାଇବର ଠକେଇ ଠାରୁ ଦୂରେଇ ରହିବା, ଓଡିଶା ସରକାରଙ୍କ ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା ଉଠାଣ ସମ୍ବନ୍ଧରେ ଆଲୋଚନା କରଯାଇଥିଲା । କାର୍ଯ୍ୟକ୍ରମକୁ ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ, ସ୍ଵାଭିମାନ ସାହୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ଓ ପୋଷ୍ଟଲ ଏଜେଣ୍ଟମାନେ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.